ଆଶ୍ରମ‌ରେ ଶିଶୁ ମୃତ୍ୟୁ ମାମଲା, ଆସା‌ରାମ-ନାରାୟଣ ସାଇଙ୍କୁ କ୍ଲିନଚିଟ୍‌

ଗାନ୍ଧୀନଗର : ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆସାରାମ ବାପୁଙ୍କର ଅହମଦାବାଦ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ୨ ଶିଶୁଙ୍କର ଗତ ୨୦୦୮ ଜୁଲାଇରେ ହୋଇଥିବା ମୃତ୍ୟୁ ମାମଲାରେ ଆଜି ଆସାରାମ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କୁ କ୍ଲିନଚିଟ୍‌ ମିଳିଛି। ଉକ୍ତ ଶିଶୁ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ଡିକେ ତ୍ରିବେଦୀ ଆସାରାମ ଏବଂ ତାଙ୍କ ପୁଅଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଆସାରାମଙ୍କ ଏକ ଘରୋଇ ସ୍କୁଲ୍‌ ଗୁରୁକୁଳରେ ଅଧ୍ୟୟନ କରୁଥିବା ୨ ସମ୍ପର୍କୀୟ ଭାଇ ଦୀପେଶ ବାଘେଲା (୧୦) ଏବଂ ଅଭିଶେକ ବାଘେଲା (୧୧) ସେମାନେ ରହୁଥିବା ହଷ୍ଟେଲ୍‌ରୁ ନିଖୋଜ ହୋଇ ଯାଇଥିଲେ। ଏହାର ୨ ଦିନ ପରେ ସେମାନଙ୍କ ମୃତଦେହ ଅହମଦାବାଦର ମୋଟେରା ଅଞ୍ଚଳରୁ ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର