ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ନେଇ ଚୀନ ମିଡିଆରେ ହଇଚଇ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ନିଜର ପ୍ରତିରକ୍ଷା ଓ ଟେ‌କ୍ନୋଲୋଜିକୁ ବୃଦ୍ଧି କରିବା ପାଇଁ ଇନିସିଏଟିଭ ଅନ କ୍ରିଟିକାଲ ଏଣ୍ଡ ଇମର୍ଜିଂ ଟେ‌କ୍ନୋଲୋଜି ବା ଆଇସିଇଟି ନାମରେ ଏକ ଚୁ୍କ୍ତି ହୋଇଛି । ଏହା ଦ୍ୱାରା ଆମେରିକା ଓ ଭାରତ ଉନ୍ନତ ପ୍ରତିରକ୍ଷା ଓ କମ୍ପ୍ୟୁଟିଙ୍ଗ ପ୍ରଯୁକ୍ତିବିଦ୍ୟାକୁ ଅଂଶୀଦାର କରିବାକୁ ଯୋଜନା କରୁଛନ୍ତି। ଏଥିରେ ଜେନେରାଲ୍ ଇଲେକ୍ଟ୍ରିକ୍ କମ୍ପାନି ଜେଟ୍ ଇଞ୍ଜିନ୍ ଉତ୍ପାଦନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ ବୋଲି କୁହାଯାଉଛି।

ଆମେରିକା ଓ ଭାରତର ଏହି ପଦକ୍ଷେପ ଉଭୟ ଚୀନ୍ ଏବଂ ଋଷରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହାକୁ ନେଇ ଚୀନ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

ଚୀନର ଏକ ଅଗ୍ରଣୀ ଖବରକାଗଜ ଲେଖିଛି ଯେ, ଭାରତ ଓ ଆମେରିକା‌ ଏକ ଦମ୍ପତ୍ତି ଭଳି। ଅର୍ଥାତ ଉଭୟ ଆମେରିକା ଓ ଭାରତ ଶୋଇ ଥାଆନ୍ତି ଗୋଟିଏ ବିଛଣାରେ, କିନ୍ତୁ ଲକ୍ଷ୍ୟ ଥାଏ ଭିନ୍ନ।

ଚୀନ କମ୍ୟୁନିଷ୍ଟ ସରକାରଙ୍କ ମୁଖପାତ୍ର କୁହାଯାଉଥିବା ଖବର କାଗଜ ଗ୍ଲୋବଲ ଟାଇମ୍ସ ଲେଖିଛି, ‘ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବନ ଭାରତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ କରି ଆଇସିଇଟି ଚୁକ୍ତି ପ୍ରସଙ୍ଗରେ ଆଲୋଚନା କରି ଏହାକୁ ଅଧିକାରିକ ଭାବେ ଦୁଇଦେଶ ଆଗକୁ ବଢ଼ାଇଛନ୍ତି।

ଭାରତ ଆମେରିକା ସହିତ ଏହି କାରଣରୁ ଟୋକ୍ନୋଲୋଜି ସମ୍ପର୍କ ବଢ଼ାଉଛି କାରଣ ତାକୁ ଉନ୍ନତ ଟୋକ୍ନୋଲୋଜି ଆବଶ୍ୟକ। ଆଉ ଆମେରିକାରୁ ଏଥିପାଇଁ ପାଣ୍ଠି ମିଳିବ। ଭାରତ ଚାହୁଁଛି କି ଏହା ଜରିଆରେ ସେ ଦେଶର ବିକାଶ କରିବ, ଗ୍ଲୋବାଲ ଇଣ୍ଡଷ୍ଟ୍ରି ଓ ସପ୍ଲାଇ ଚେନରେ ଚୀନକୁ ପଛରେ ପକାଇ ଦେବ।

ସମ୍ବନ୍ଧିତ ଖବର