ଚୀନ୍‌ରେ ଥିବା ସେଲୁନ୍‌ ମୁଖ୍ୟଙ୍କ ଅଜବ ଦଣ୍ଡ : ଟାର୍ଗେଟ ପୂରା ନ କଲେ ନିଜ ଗାଲରେ ଚାପୁଡ଼ା ମାର ବୋଲି କର୍ମଚାରୀଙ୍କୁ କହିଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଚୀନ୍‌ରେ ଥିବା ଏକ ସେଲୁନ୍‌ର ମୁଖ୍ୟ ନିଜ କର୍ମଚାରୀଙ୍କୁ ଯେଉଁ ଦଣ୍ଡ ଦେଇଥିଲେ,ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଭିଡିଓ ପଛର କାହାଣୀ ସାମ୍ନାକୁ ଆସିଛି । ମାଲିକ ଦିଆ ଯାଇଥିବା ଟାର୍ଗେଟକୁ କର୍ମଚାରୀମାନେ ପୂରା ନ କରି ପାରିବାରୁ ସେଲୁନ୍‌ର ମୁଖ୍ୟ ନିଜ ନିଜର ଗାଲକୁ ଚାପୁଡ଼ା ମାର ବୋଲି ଆଦେଶ ଦେଇଥିଲେ । ଏହା ସହ ଯାହାର ଗାଲ ଚାପୁଡ଼ାରେ ନାଲି ନ ହୋଇଥିବ,ସେମାନେ ଜରିମାନା ଦେବେ ବୋଲି କହିଥିଲେ ।

ସୂଚନା ମୁତାବକ, ଚୀନ୍‌ରେ ଥିବା ରୁନ୍‌ଫା ହେୟାର ସେଲୁନ୍‌ରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ପ୍ରତିଦିନ ୩୦-୪୦ ହଜାର ହେୟର ପ୍ରଡକ୍ଟ ବିକ୍ରି କରିବାକୁ ଟାର୍ଗେଟ ଦିଆ ଯାଇଥାଏ। ଯଦି କର୍ମଚାରୀମାନେ ଏପରି କରିବାରେ ବିଫଳ ହୁଅନ୍ତି ତେବେ ଦଣ୍ଡ ସ୍ୱରୁପ ନିଜକୁ ଚାପୁଡ଼ା ମାରିବା ପାଇଁ କୁହାଯାଇଥାଏ। ଚାପୁଡାରେ ବଳେ ଗାଲ ଲାଲ ନ ହେଲେ ୫ହଜାର ଟଙ୍କା ଜରିମାନା ଦେବାକୁ ହେବ ବୋଲି ସେଲୁନର ମୁଖ୍ୟ ସର୍ତ୍ତ ରଖିଥିଲେ ।

ସମ୍ବନ୍ଧିତ ଖବର