କୁନ୍‌ମିଙ୍ଗ୍‌ ରୁ କୋଲ୍‌କାତାକୁ ବୁଲେଟ୍‌ ଟ୍ରେନ୍‌ ଚଳାଇବାକୁ ଚୀନ୍‌ର ଆଗ୍ରହୀ

କୋଲ୍‌କାତା: ଦକ୍ଷିଣ ପଶ୍ଚିମ ଚୀନ୍‌ ଅନ୍ତର୍ଗତ କୁନ୍‌ମିଙ୍ଗ୍‌ ଏବଂ ବେଙ୍ଗଲ୍‌ର କୋଲ୍‌କାତାକୁ ସଂଯୁକ୍ତ କରି ବୁଲେଟ୍‌ ଟ୍ରେନ୍‌ ଚଳାଇବାକୁ ଚୀନ୍‌ ଆଗ୍ରହୀ ଥିବା କଥା ବୁଧବାର ଦିନ କୋଲ୍‌କାତାସ୍ଥିତ ଚୀନ୍‌ର କନ୍‌ସୁଲ୍‌ ଜେନେରାଲ୍‌ ମା’ ଝାନ୍‌ଉ କହିଛନ୍ତି।

ଚୀନ୍‌ ଓ ଭାରତ ମଧ୍ୟରେ ଯୋଗସୂତ୍ରୀୟ ଓ ବାଣିଜ୍ୟିକ ସମ୍ପର୍କ ସମ୍ବନ୍ଧରେ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଝାନ୍‌ଉ କହିଛନ୍ତି: କୋଲ୍‌କାତାରୁ କୁନ୍‌ମିଙ୍ଗ୍‌ ମଧ୍ୟରେ ବୁଲେଟ୍‌ ଟ୍ରେନ୍‌ ଚଳାଇବାକୁ ଆମେ ଆଗ୍ରହୀ। ସମଗ୍ର ଏସିଆ ଯୋଚି ହୋଇଯିବ।

ଯଦି ରେଳ ସଂଯୋଗ ସମ୍ଭବ ହୁଏ ତେବେ କୁନ୍‌ମିଙ୍ଗ୍‌ ରୁ କୋଲ୍‌କାତା ପହଞ୍ଚିବାକୁ ମାତ୍ର ଅଳ୍ପ କେଇ ଘଣ୍ଟା ଲାଗିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି।

ସେ ଯାହାହେଉ, ଚୀନ୍‌ କୂଟନୀତିଜ୍ଞ ରେଳପଥର ସବିଶେଷ ତଥ୍ୟ ଦେଇ ନାହାନ୍ତି। ଏହା ପ୍ରସ୍ତାବିତ ବାଂଲାଦେଶ-ଚୀନ୍‌-ଭାରତ-ମିଅାଁମାର (ବିସିଆଇଏମ୍‌) ଅର୍ଥନୈତିକ କରିଡର୍‌କୁ ଏହା ଅନୁସରଣ କରିବ କି, ନାହିଁ ତାହା ମଧ୍ୟ କହି ନାହାନ୍ତି। ମିଅାଁମାର୍‌ର ମାଣ୍ଡାଲେ, ଚିଟ୍ଟାଗଙ୍ଗ୍‌ ଏବଂ ବାଂଲାଦେଶର ଢାକା ମଧ୍ୟରେ ଦେଇ କୋଲ୍‌କାତାରେ ସରିବ ବୋଲି ଯୋଜନା ହୋଇ ନାହିଁ ତ।

ଝାନ୍‌ଉ ଭାରତକୁ ଏକ ଉଦୀୟମାନ ଅର୍ଥନୀତି ବୋଲି ବର୍ଣ୍ଣନା କରି କହିଲେ ଯେ ପଡ଼ୋଶୀମାନଙ୍କ ସହ ଦୃଢ଼ ସମ୍ପର୍କ ଚାହେଁ ଚୀନ୍‌। ସେ ଆହୁରି କହିଲେ କି, ଟଙ୍କାର ମୂଲ୍ୟରେ ଅବନତି ଘଟିଥିଲେ ବି, ଭାତରୀୟ ଅର୍ଥନୀତିର ଉତ୍ଥାନ ଅଦମନୀୟ।

ସମ୍ବନ୍ଧିତ ଖବର