ଚୀନ୍‌ର ଆକ୍ରମଣ ମନୋଭାବ ବଢୁଥିବାରୁ ବାସ୍ତବ ନିୟନ୍ତ୍ରଣ ରେଖାଠାରେ ଅଚଳାବସ୍ଥା ଦୀର୍ଘଦିନ ରହିପାରେ: ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିମୟନ୍ତ୍ରଣ ରେଖା ନିକଟରେ ଚୀନ୍‌ର ଆକ୍ରମଣ ମନୋଭାବ ବଢୁଥିବାରୁ ଅଚଳାବସ୍ଥା ଦୀର୍ଘ ଦିନ ରହିପାରେ ବୋଲି ଗୃହମନ୍ତ୍ରାଳୟ କାଗଜପତ୍ରରେ ଉଲ୍ଲେଖ ହୋଇଥିବା ନୋଟ୍‌ରୁ ଜଣାପଡ଼ିଛି। ବିଶେଷକରି, ଗଲ୍‌ୱାନ୍ ଉପତ୍ୟକାରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ସ୍ଥିତିରେ ରହିପାରନ୍ତି।

ଚୀନ୍‌ର ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ କୁଗ୍ରଙ୍ଗ୍ ନଳା, ଗୋଗ୍ରା ଏବଂ ପାଙ୍ଗୋଙ୍ଗ୍ ସୋ ହ୍ରଦର ଉତ୍ତର କୂଳ ମଧ୍ୟକୁ ଜୁନ୍ ୧୭ ଓ ୧୮ ତାରିଖ ଦିନ ପଶିଆସିଥିଲା ବୋଲି ଏହି ଡକ୍ୟୁମେଣ୍ଟ୍‌ ବା କାଗଜପତ୍ରରେ ଉଲ୍ଲେଖ କରାଯାଇଛି। ଅଗଷ୍ଟ ୪ ତାରିଖ ଦିନ ଏହି ତଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ କରାଯାଇଛି।

Image Courtesy of WION

ମନ୍ତ୍ରାଳୟ କହିଛି ଯେ, ଚୀନ୍ ଏକ ତରଫା ଭାବେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିବାରୁ ପୂର୍ବ ଲଦାଖରେ ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥିଲା।

ପରବର୍ତ୍ତୀ ପର୍ଯ୍ୟାୟ ସୈନ୍ୟ ଅପସାରଣ ସମ୍ବନ୍ଧରେ ଆଲୋଚନା କରିବାକୁ ରବିବାର ଦିନ ଶୀର୍ଷସ୍ତରୀୟ ଭାରତୀୟ ଓ ଚୀନ ସାମରିକ କମାଣ୍ଡର୍‌ମାନେ ପୂର୍ବ ଲଦାଖରେ ମିଳିତ ହୋଇଥିଲେ। ପାଙ୍ଗୋଙ୍ଗ୍ ସୋ ହ୍ରଦ ପାଖ ପର୍ବତ ଶୃଙ୍ଗ ଅଞ୍ଚଳରୁ ସୈନ୍ୟ ଅପସାରଣ କଥାରେ ଉଭୟ ସେନାଙ୍କ ମଧ୍ୟରେ ଗୁରୁତର ମତପାର୍ଥକ୍ୟ ସୃଷ୍ଟି ହେବାରୁ ଏହି ଆଲୋଚନା ହୋଇଥିଲା। ଏହା ଭାରତୀୟ ଅଞ୍ଚଳ ବୋଲି ନୂଆଦିଲ୍ଲୀ ଦାବି କରୁଥିବା ବେଳେ ସେଠାରୁ ହଟିବାକୁ ‘ପିଏଲ୍‌ଏ’ ଅମଙ୍ଗ ହେଉଛି।

 

ସମ୍ବନ୍ଧିତ ଖବର