ଏଲଏସିରେ ପୁଣି ଥରେ ଜେ -୨୦ଯୁଦ୍ଧ ବିମାନ ନିୟ‌ୋଜିତ କଲା ଚୀନ

ନୂଆଦିଲ୍ଲୀ: ଅଗଷ୍ଟ ୨୯-୩୦ ରାତିରେ ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଚୀନ୍ ବାୟୁସେନା ଏହାର ଜେ-୨୦ପଞ୍ଚମ ପିଢ଼ିର ଯୁଦ୍ଧବିମାନକୁ ଭାରତୀୟ ସୀମା ନିକଟରେ ପୁନଃ ନିୟୋଜିତ କରିଛି। ଅଗଷ୍ଟ ୨୯-୩୦ ପୂର୍ବରୁ ଚୀନ ଜେ-୨୦ପଞ୍ଚମ ପିଢ଼ିର ଯୁଦ୍ଧବିମାନକୁ ପୁନଃ ନିୟୋଜିତ କରିଥିବା ଜଣା ପଡ଼ିଛି। ଜୁନ୍ ୧୫ରେ ଗଲୱାନରେ ହୋଇଥିବା ସଂଘର୍ଷ ପରେ ଏବେ ଚୀନ ପୁଣି ଯୁଦ୍ଧ କରିବାର ଉଦ୍ଦେଶ୍ୟରେ ନିଜ ସୈନ୍ୟମାନଙ୍କୁ କାମରେ ଲଗାଉଥିବା ସାମ୍ନାକୁ ଆସିଛି।

ସୂତ୍ରରୁ ପ୍ରକାଶ ଯେ, “ଜେ -୨୦ଯୁଦ୍ଧ ବିମାନ ଗତ କିଛି ଦିନ ହେଲା ଭାରତୀୟ ସୀମା ନିକଟରେ ଉଡ଼ାଣ କରୁଥିବା ସହ ଚୀନ ସେନା ଅଗଷ୍ଟ ୨୯-୩୦ରେ ଭାରତ ସୀମାକୁ ଅନୁପ୍ରବେଶ ପାଇଁ ଚେଷ୍ଟା କରିଥିଲା। ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିଅ‌ାସୁ ବୋଲି ଚୀନ ଚାହୁଁନଥିବା ତା’ର ଆଚରଣରୁ ସ୍ପଷ୍ଟ ହୋଇଛି। ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର କରିବେ ବୋଲି ଆଲୋଚନାରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଚୀନ ଏ ପର୍ଯ୍ୟନ୍ତ ନିଜ କଥା ରଖି ନାହିଁ। ଏବେ ବି ଯୁଦ୍ଧ ବିମାନ ଭାରତୀୟ ସୀମା‌ରେ ବ୍ୟାପକ ଉଡ଼ାଣ ଜାରି ରଖିଛି, ଯାହା ଚୀନର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛି।

Seoul voices concerns as more Chinese military aircraft spread their wings  in South Korean air defence zone | CHINDIA ALERT: You'll be living in their  world, very soon
CHINDIA ALERT

ସୂଚନା ମୁତାବକ, ଅଗଷ୍ଟ ୨୯-୩୦ ରାତିରେ ଚୀନର ପିପୁଲସ୍ ଲିବରେସନ୍ ଆର୍ମିର ସୈନିକମାନେ ପୂର୍ବ ବୈଠକରେ ହୋଇଥିବା ଚୁକ୍ତିନାମାକୁ ଭାଙ୍ଗି ପୂର୍ବ ଲଦାଖ ନିକଟରେ ଅନୁପ୍ରବେଶ କରିଥିଲେ ଏବଂ ସ୍ଥିତି ପରିବର୍ତ୍ତନ ପାଇଁ ଉତ୍ତେଜନାମୂଳକ ସାମରିକ ଗତିବିଧି କରିଥିଲେ। ତେବେ ଭାରତୀୟ ଯବାନ ପିଏଲଏ ସୈନିକଙ୍କ ଏଭଳି ପ୍ରୟାସକୁ ବିରୋଧ କରି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସେନାକୁ ଅନୁପ୍ରବେଶରୁ ନିବୃତ୍ତ କରିଥିଲେ ।

ସମ୍ବନ୍ଧିତ ଖବର