ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେଲା ଛକ

ଲଖନଉ: ବଦଳିଲା ଛକର ନାମ | ଲଖନଉର ହଜରତଗଂଜ ଛକ ଏଣିକି ଅଟଳ ଛକ ନାମରେ ନାମିତ ହୋଇଛି | ଭାରତ ରତ୍ନ ପାଇଥିବା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ଛକର ନାମକରଣ କରାଯାଇଛି | ଲଖନଉରୁ ସାଂସଦ ଥିବା ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ଛକର ନାମକରଣ କରାଯାଇଥିବାବେଳେ ଇସ୍ମାଇଲଗଞ୍ଜ ଡିଗ୍ରୀ କଲେଜ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇଛି | ସେହିପରି ଲଖନଉରେ ଏକ ଉଦ୍ୟାନ ମଧ୍ୟ ପ୍ରତିଷ୍ଠା କରାଯିବ | ଯେଉଁଠାରେ ଏକ ଲକ୍ଷ ଗଛ ଲଗାଯିବ |

The Hindu

ଏହାର ନାମ ଅଟଳ ଉଦୟ ବନ ରହିବ ବୋଲି ଜଣାପଡିଛି | ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୮ ଅଗଷ୍ଟ ୧୬ ତାରିଖ ଦିନ ୯୩ ବର୍ଷ ବୟସରେ ଏମ୍‌ସ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୯୯୮ରୁ ୨୦୦୪ ଯାଏଁ ନେସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌ ସରକାରର ନେତୃତ୍ୱ ନେଇଥିବା ବାଜପେୟୀ ଥିଲେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ପ୍ରଥମ ବିଜେପି ନେତା।

୧୯୯୬ରେ ସ୍ୱଳ୍ପ କାଳ ପାଇଁ ଏବଂ ୧୯୯୮ ଓ ୨୦୦୪ ମଧ୍ୟରେ ଦୁଇ ଥର- ସମୁଦାୟ ତିନି ଥର ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଡିସେମ୍ବର ୨୫ ତାରିଖରେ ପଡୁଥିବା ତାଙ୍କ ଜନ୍ମଦିନକୁ ‘ଗୁଡ୍‌ ଗଭର୍ଣ୍ଣାନ୍‌ସ୍‌ ଡେ’ ଭାବେ ପାଳନ କରାଯାଏ। ୨୦୧୪ରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ବିଭୂଷିତ କରାଯାଇଥିଲା।

ସମ୍ବନ୍ଧିତ ଖବର