କୁକୁଡ଼ାକୁ ମାରିଦେଲେ ପୁଲିସ ଅଧିକାରିଣୀ, ଲୁହରେ ବୁଡ଼ିଲା ସାରା ସହର

ନ୍ୟୁୟର୍କ: ମିସିସିପିର ଏକ ଛୋଟ ସହରରେ ଗୋଟିଏ କୁକୁଡ଼ାକୁ ହତ୍ୟା କରାଯିବା ପରେ ସାରା ସହରବାସୀ ଏବେ ଦୁଃଖରେ ବୁଡ଼ିଯାଇଛନ୍ତି |୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ସମଗ୍ର ସହରରେ ଏବେ ସମସ୍ତେ ଦୁଃଖରେ ଥିବାବେଳେ ଏହାକୁ ମାରିବାରେ ଜଣେ ପୁଲିସ କର୍ମଚାରୀ ଥିବାର ସହରବାସୀ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ କୁକୁଡ଼ାଟିର ନାମ କାର୍ଲ ଥିଲା | ସେ ଦିନରାତି ରାସ୍ତାରେ ବୁଲୁଥିବାବେଳେ ପ୍ରତିଦିନ ସକାଳେ ସ୍ଥାନୀୟ ଦୋକାନରେ ପହଞ୍ଚୁଥିଲା | କୁକୁଡ଼ାଟି ବହୁତ ଲୋକପ୍ରିୟ ଥିଲା |

ଆଉ କୁକୁଡ଼ାଟି ଲୋକଙ୍କ ସହ ଏତେ ମିଶିଯାଇଥିଲା ଯେ ଲୋକମାନେ କୁକୁଡ଼ା ସହ ସେଲ୍ଫି ନେଉଥିଲେ | ସେ କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲା। ଏହା ପରେ ସ୍ଥାନୀୟ ଲୋକମାନେ କୁକୁଡ଼ାକୁ ଖୋଜିଥିଲେ ବି ପାଇନଥିଲେ | ଲୋକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ କଳାକାରମାନେ ଚିତ୍ର କରି ସହର ସାରା ମାରିଥିଲେ |

ତେବେ ସହରବାସୀମାନେ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଆଉ ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ ଜଣେ ମହିଳା ପୁଲିସ ତିନିଜଣ ପୁରୁଷଙ୍କ ସହ ଆସି ଏପ୍ରିଲ୍ ୨୪ରେ କୁକୁଡ଼ାକୁ ନିଜ ସହ ନେଇ ଯାଇଥିଲେ। ଏହା ଜଣାପଡିବା ପରେ ପଶୁଙ୍କ ପ୍ରତି ଅତ୍ୟାଚାର ପାଇଁ ମହିଳା ପୁଲିସ କର୍ମଚାରୀଙ୍କୁ ନୋଟିସ ଜାରି କରି ତାଙ୍କୁ ନିଲମ୍ବନ କରାଯାଇଛି |

ସମ୍ବନ୍ଧିତ ଖବର