କୋଏମ୍ବାଟୁର ବିସ୍ଫୋରଣର ଆତଙ୍କୀ ଲିଙ୍କ୍

କୋଏମ୍ବାଟୁର : ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଓ ଜଣକ ମୃତ୍ୟୁ ଘଟଣା ଏକ ନାଟକୀୟ ମୋଡ଼ ନେଇଛି । ଏହା ପଛରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଥିବା ପୁଲିସ ଜାଣିବାକୁ ପାଇଛି ।

ମୃତ ବ୍ୟକ୍ତିଙ୍କ ନାମ ୨୫ ବର୍ଷିୟ ଜାମେଜା ମୁବିନକୁ ପୂର୍ବରୁ ଏକ ମାମଲା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ସିଲିଣ୍ଡର ବିସ୍ଫୋରଣ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଜାମେଜାଙ୍କ ଘରେ ଖୋଜାଖୋଜି ବେଳେ ପୋଲିସ କିଛି କମକ୍ଷମତାର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏହାଛଡ଼ା ପୁଲିସ ଏକ ସିସିଟିଭି ଫୁଟେଜ୍ ମଧ୍ୟ ଉଦ୍ଧାର କରିଛି ଯେଉଁଥିରେ ବିସ୍ଫୋରଣ ଦିନ ଜାମେଜାଙ୍କ ବାସଭବନ ବାହାରେ ଏକ ଅଖା ଭିତରେ ଗୁଡ଼ାଇ ରଖାଯାଇଥିବା କିଛି ସାମଗ୍ରୀକୁ ଚାରିଜଣ ବ୍ୟକ୍ତି କାର ଭିତରକୁ ନେଉଥିଲେ ।

ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ବିସ୍ଫୋରଣ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏହି ପାଞ୍ଚ ଅଭିଯୁକ୍ତଙ୍କ ନାମ ମହମ୍ମଦ ତାଲକା, ମହମ୍ମଦ ଅଜହରୁଦ୍ଦିନ, ମହମ୍ମଦ ରିୟାଜ, ଫିରୋଜ ଇସମାଇଲ ଏବଂ ମହମ୍ମଦ ନୱାଜ ଇସମାଇଲ ବୋଲି ଜଣାପଡିଛି।
ଏହି ଘଟଣାରେ ଗୁପ୍ତଚର ବିଭାଗ ବିଫଳ ହୋଇଥିବା ଅଭିଯୋଗ କରି ବିଜେପି ତାମିଲନାଡୁର ଡିଏମକେ ସରକାରକୁ ସମାଲୋଚନା କରିଛି ।

ସମ୍ବନ୍ଧିତ ଖବର