ସଚିବାଳୟରେ ଦପ୍ତର ଖୋଲିବା ପରେ ନିଜ ପାଇଁ ହେଲିକପ୍ଟର ଦାବି କଲେ କମ୍ପ୍ୟୁଟର ବାବା

ଭୋପାଳ/ ନୂଆଦିଲ୍ଲୀ: କମ୍ପ୍ୟୁଟର ବାବା ନାମରେ ଖ୍ୟାତ ନାମଦେବ ଦାସ ତ୍ୟାଗୀଙ୍କୁ ମଧ୍ୟପ୍ରଦେଶର କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନର୍ମଦା ନଦୀ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ସହ କ୍ୟାବିନେଟ ପାହ୍ୟା ମଧ୍ୟ ପ୍ରଦାନ କରିଛନ୍ତି। ନୂତନ ନିଯୁକ୍ତି ପାଇବା ପରେ ନାମଦେବ ଦାସ ତ୍ୟାଗୀ ଓରଫ କମ୍ପ୍ୟୁଟର ବାବା ଆଜି ମଧ୍ୟପ୍ରଦେଶ ସଚିବାଳୟକୁ ଯାଇ ସେଠାରେ ତାଙ୍କ ପାଇଁ ଉଦ୍ଧିଷ୍ଟ ଥିବା କଠୋରୀକୁ ଦଖଲ କରିବା ସହ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସଚିବାଳୟରେ ଉପସ୍ତିତ ସାମ୍ବାଦିକମାନଙ୍କ ସହ ଆଲୋଚନା କାଳରେ କମ୍ପ୍ୟୁଟର ବାବା କହିଛନ୍ତି ଯେ ତାଙ୍କୁ ସୁଚାରୁ ରୂପେ କାର୍ଯ୍ୟ ସଂପାଦନ ପାଇଁ ଏକ ହେଲିକପ୍ଟର ଓ ‘ଅସ୍ତ୍ର ଶସ୍ତ୍ର’ର ଆବଶ୍ୟକତା ରହିଛି। ନର୍ମଦା ନଦୀକୁ ବଞ୍ଚାଇ ହେଲେ ଆକାଶ ମାର୍ଗରୁ ନର୍ମଦାର ସ୍ଥିତିକୁ ସର୍ଭେ କରିବାର ଆବଶ୍ୟକତା ରହିଛି। ତା’ ନହେଲେ ନର୍ମଦା ନଦୀକୁ ବଞ୍ଚାଇବାକୁ କୌଣସି ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ପାରିବ ନାହିଁ। ତେଣୁ ପରିସ୍ଥିତିର ଗୁରୁତ୍ୱ ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ତୁରନ୍ତ ତାଙ୍କୁ ଏକ ହେଲିକପ୍ଟର ଯୋଗାଇ ଦେବାକୁ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର