ନିର୍ବ‌ାଚନ ତାରିଖକୁ ନେଇ ବିବାଦ

ରମଜାନ ମାସ କଥା ଉଠାଇଲେ O ବିରୋଧୀବିହାର ଓ ପଶ୍ଚିମ ବଙ୍ଗକୁ ନେଇ ଉଠିଲ‌ା O ପ୍ରଶ୍ନ କଶ୍ମୀର ନେତା ମଧ୍ୟ ଅସନ୍ତୋଷ ଜଣାଇଲେ

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ପାଇଁ ତାରିଖ ଘୋଷଣାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ମେ ମାସରେ ରମଜାନ ପଡ଼ୁଥିବାରୁ ଏହି ମାସରେ ନିର୍ବାଚନ ତାରିଖକୁ ନେଇ ‌େକତେକ ଦଳ ଆପତ୍ତି ଉଠାଇଥିବା ବେଳେ ଅନ୍ୟ କେତେକ ଦଳ ବିହାର ଏବଂ ପଶ୍ଚିମ ବଙ୍ଗରେ ୭ଟି ପର୍ଯ୍ୟାୟ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ନହେବା ଯୋଗୁଁ ମଧ୍ୟ ବିବାଦ ମୁଣ୍ଡ ଟେକିଛି।
ଆସନ୍ତା ମେ ମାସରେ ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ ପଡ଼ୁଥିବାରୁ ଏହି ମାସରେ ହେବାକୁ ଥିବା ନିର୍ବାଚନ ତାରିଖ ଉପରେ ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ସମାଜବାଦୀ ପାର୍ଟିର କେତେକ ନେତା ଆପତ୍ତି ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ, ଏହା ଉପବାସ କରୁଥିବା ମୁସଲମାନ ଭୋଟରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ମୁସଲମାନ ଭୋଟରଙ୍କୁ ମତଦାନରୁ ବଞ୍ଚିତ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର ବୋଲି ସମାଜବାଦୀ ପାର୍ଟି ନେତା ଆଜମ ଖାଁ କହିଛନ୍ତି।
ତେବେ ଏଭଳି ବିବାଦକୁ ବିରୋଧ କରିଛନ୍ତି ଇତେହାଦୁଲ ମୁସଲେମିନର ନେତା ଅସଦୁଦ୍ଦିନ ଅୱେସୀ। ତାଙ୍କ କହିବା କଥା, ମୁସଲମାନ ସଂପ୍ରଦାୟ ଏହାକୁ ବିରୋଧ କରୁ ନାହାନ୍ତି। ‌ବରଂ କିଛି ନେତା ଜାଣିଶୁଣି ଏଭଳି ବିବାଦ ସୃଷ୍ଟି କରୁଛନ୍ତି। ରମଜାନ ମାସରେ ମତଦାନକୁ ନେଇ କିଛି ଆପତ୍ତି ନାହିଁ। ଏହି ମାସରେ ଲୋକମା‌େନ ଅଧିକ ସଂଖ୍ୟାରେ ଭୋଟ ଦେବେ ଏବଂ ଠିକ୍ ନିଷ୍ପତ୍ତି ମଧ୍ୟ ନେ‌େବ।
ଏ ସଂପର୍କରେ ନିର୍ବାଚନ କମିସନ କହିଛନ୍ତି ଯେ ସମଗ୍ର ରମଜାନ ମାସରୁ ଭୋଟ ତାରିଖକୁ ଅଲଗା ରଖାଯିବା ସମ୍ଭବ ନୁହେଁ। ତେବେ ଶୁକ୍ରବାର ଏବଂ ଅନ୍ୟ ପର୍ବ ଦିନରେ ମତଦାନ ତାରିଖ ରଖାଯାଇ ନାହିଁ।
ସେହିଭଳି ବିହାର ଏବଂ ପଶ୍ଚିମ ବଙ୍ଗରେ ୭ଟି ପର୍ଯ୍ୟାୟ ନିର୍ବାଚନକୁ କେତେକ ବିରୋଧୀ ଦଳ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବିହାର ଓ ପଶ୍ଚିମ ବଙ୍ଗକୁ ଟା‌େର୍ଗଟ କରି ଏଭଳି ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଦୁଇଟି ରାଜ୍ୟରେ ବିଜେପିର ଅବସ୍ଥା ଠିକ୍ ନାହିଁ।। ଓଡ଼ିଶାରେ ମଧ୍ୟ ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିବାରୁ ଶାସକ ବିଜେଡି ଆପତ୍ତି ଉଠାଇଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶରେ ଓଡ଼ିଶା ତୁଳନାରେ ଅଧିକ ଲୋକସଭା ଆସନ ରହିଛି ଏବଂ ସେଠାରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହୋଇଛି। ଓଡ଼ିଶାରେ ୪ ପର୍ଯ୍ୟାୟ ନିର୍ବାଚନ ପଛରେ କାରଣ କଣ ‌େବାଲି ଦଳର ନେତା ପ୍ରଶ୍ନ କରିଛନ୍ତି।
ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନ କରାଯାଉଥିବା ବେଳେ ବିଧାନସଭା ନିର୍ବାଚନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନେସନାଲ କନଫେରେନ୍ସ ନେତା ଡ. ଫାରୁକ ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫତି। ସେମାନେ କହିଛନ୍ତି ଯେ ରାଜ୍ୟରେ ଯଦି ପଞ୍ଚାୟତ ନିର୍ବାଚନ ହୋଇପାରିବ ଏବଂ ଲୋକସଭା ନିର୍ବାଚନ ମଧ୍ୟ ହୋଇପାରିବ ତାହାହେଲେ ବିଧାନସଭା ନିର୍ବାଚନରେ ଅସୁବିଧା କେଉଁଠି। ରାଜ୍ୟରେ ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୋଇପାରିଥାନ୍ତା। କେବଳ ଲୋକସଭା ନିର୍ବାଚନ କରାଇ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ବିଧାନସଭା ନିର୍ବାଚନରୁ ବଞ୍ଚିତ କରାଇଛନ୍ତି। ରାଜ୍ୟ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର