କଂଗ୍ରେସର ଶୋକବାର୍ତ୍ତାକୁ ନେଇ ଅସନ୍ତୋଷ

ବିବାଦ ବଢ଼ିବାରୁ ଟ୍ଵିଟ୍‌ ହଟିଲା

ମୁମ୍ବାଇ : ନିଜର ବିଚକ୍ଷଣ ଅଭିନୟ ପ୍ରତିଭା ବଳରେ ଦେଶ ବିଦେଶରେ କୋଟି କୋଟି ସିନେପ୍ରେମୀଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ହୃଦ୍‌କ୍ରିୟା ବନ୍ଦ ହୋଇଯିବାରୁ ସେ ଅଚାନକ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି। ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ଦଳର ଅଫିସିଆଲ ଟ୍ଵିଟର ଆକାଉଣ୍ଟ୍‌ରୁ କରାଯାଇଥିବା ଟ୍ଵିଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସ ଟ୍ଵିଟ୍‌ କରି କହିଥିଲା ‘ଶ୍ରୀଦେବୀଙ୍କ ବିୟୋଗ ଖବରରେ ଆମେ ଦୁଃଖିତ। ସେ ଜଣେ ସଫଳ ଅଭିନେତ୍ରୀ ଥିଲେ। ନିଜର  ଅଭିନୟର ଶ୍ରେଷ୍ଠତା ପାଇଁ ସେ ସର୍ବଦା ଆମ ହୃଦୟରେ ରହିବେ। ତାଙ୍କୁ ୨୦୧୩ରେ ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।’ ଶୋକବର୍ତ୍ତାରେ ୟୁପିଏ ସରକାର ଦେଇଥିବା ସମ୍ମାନ କଥା ଉଲ୍ଲେଖ କରି କଂଗ୍ରେସ ଶସ୍ତା ରାଜନତିକ ଫାଇଦା ଉଠାଇବାକୁ ଚାହୁଛି ବୋଲି ବିଭିନ୍ନ ମହଲ ଅଭିଯୋଗ କରି ଏହା ବିରୋଧରେ ରି-ଟ୍ଵିଟ୍‌ କରିଥିଲେ। ବିବାଦ  ଓ ଅସନ୍ତୋଷ ବଢ଼ିବା ପରେ  କଂଗ୍ରେସ ନିଜ ଟ୍ଵିଟ୍‌ରୁ ପୁରସ୍କାର ସଂପର୍କିତ  ଅଂଶକୁ ହଟାଇ ଦେଇଛି। କଂଗ୍ରେସ ସରକାର ଦେଇଥିବା ପୁରସ୍କାର  ସଂପର୍କରେ ଦେଶବାସୀଙ୍କୁ ମନା ପକାଇବା ଆବଶ୍ୟକ ନାହିଁ ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର