କଂଗ୍ରେସର ‘ସତ୍ୟାଗ୍ରହ’; ଯୁବବର୍ଗ ଓ ସେନା ପାଇଁ ବିନାଶକାରୀ: ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ଜନ୍ତରମନ୍ତରଠାରେ ଆୟୋଜିତ କଂଗ୍ରେସର ‘ସତ୍ୟାଗ୍ରହ’କୁ ସଂବୋଧିତ କରି ରବିବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି ଯେ ଏହି ଯୋଜନା ଦେଶର ଯୁବବର୍ଗ ଓ ସେନା ପାଇଁ ବିନାଶକାରୀ। ଦେଶର ବିଭିନ୍ନ ସ୍ଥାନରେ ବିଶେଷତଃ ବିହାରରେ ଏହି ଯୋଜନା ବିରୋଧରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି ପ୍ରିୟଙ୍କା କହିଲେ ଯେ ଯୁବକମାନେ ହିଂସାପଥ ଛାଡ଼ି ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବେ ଏହି ସରକାରକୁ ଶେଷ କରିଦେବା ଉଚିତ। ବିଜେପି ସରକାରର ମୂଳୋତ୍ପାଟନ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ। ତାହା ସତ୍ୟ ଓ ଅହିଂସା ପଥରେ ହିଁ ସମ୍ଭବ। ଏପରି ସରକାର ଆମର ଦରକାର ଯାହା ବାସ୍ତବ ଜାତୀୟତାବାଦକୁ ପ୍ରଦର୍ଶିତ କରୁଥିବ, ଯାହା ଦେଶର ସମ୍ପଦକୁ ସୁରକ୍ଷିତ ରଖିବ ଏବଂ ଯାହା ଦେଶର ଗରିବ ଓ ଯୁବବର୍ଗକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି ଭଦ୍ରା କହିଥିଲେ।

ସମ୍ବନ୍ଧିତ ଖବର