ମହାରାଷ୍ଟ୍ରରେ କଂଗ୍ରେସ ସମାଜବାଦୀ ପାର୍ଟିକୁ ଗୋଟିଏ ଓ ବହୁଜନ ସମାଜ ପାର୍ଟିକୁ ୨ଟି ଆସନ ଦେବାକୁ ପ୍ରସ୍ତୁତ , ପଛରେ ରହିଛି ଏହି ଚାଲ୍

ଲକ୍ଷ୍ନୌ: ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ମହାମେଣ୍ଟରେ ସାମିଲ କରିବାକୁ ଚାହୁଁଛି। କୁହାଯାଉଛି ଯେ କଂଗ୍ରେସ ମହାରାଷ୍ଟ୍ରରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଦୁଇଟି ଓ ସମାଜବାଦ ପାର୍ଟି (ଏସ୍‌ପି)କୁ ଗୋଟିଏ ଲୋକସଭା ଆସନ ଛାଡ଼ିବାକୁ ପ୍ରସ୍ତୁତ ଅଛି।

ଏହା ଜରିଆରେ କଂଗ୍ରେସ ଉତ୍ତର ପ୍ରଦେଶରେ ମଧ୍ୟ ଏସପି ଓ ବିଏସପି ସହ ମେଣ୍ଟ କରିବାର ଗୁପ୍ତ ଯୋଜନା କରିଛି।କାରଣ କଂଗ୍ରେସ ଅଲଗା ଉତ୍ତର ପ୍ରଦେଶରେ ଲଢ଼ିଲେ ଭାରତୀୟ ଜନତା ପାର୍ଟିକୁ ଏହାର ଫାଇଦା ମିଳିଯିବ ବୋଲି ଆଶଙ୍କା କରୁଛି। ତା’ଛଡ଼ା ମହାରାଷ୍ଟ୍ରରେ ଦଳିତ-ମୁସଲମାନ୍‌ ଭୋଟ୍‌ ବ୍ୟାଙ୍କକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ଚାଲ୍‌ ଚଳାଉଥିବା କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ମହାରାଷ୍ଟ୍ରର ମୁମ୍ବାଇ ନର୍ଥ ଓ ଆଉ ଦୁଇଟି ଲୋକସଭା ଆସନ ଦେବାକୁ ପ୍ରସ୍ତୁତ ଅଛି କଂଗ୍ରେସ। କଂଗ୍ରେସ ନିଜର କୋଟାରୁ ୨ଟି ଓ ଏନସିପି ଗୋଟିଏ ସିଟ୍‌ ଦେବାକୁ ରାଜି ହୋଇଥିବା କୁହାଯାଉଛି।

 

ସମ୍ବନ୍ଧିତ ଖବର