କଂଗ୍ରେସ ଟୁଲକିଟ୍ ମାମଲା, ଟ୍ବିଟର ଇଣ୍ଡିଆ ମୁଖ୍ୟଙ୍କୁ ଜେରା

ନୂଆଦିଲ୍ଲୀ: ସନ୍ଦିଗ୍ଧ କଂଗ୍ରେସ ଟୁଲକିଟ୍ ମାମଲାରେ ଟ୍ବିଟର ଇଣ୍ଡିଆ ମୁଖ୍ୟଙ୍କୁ ଦିଲ୍ଲୀ ପୁଲିସ ଗତମାସରେ ବେଙ୍ଗାଲୁରୁରେ ପଚରାଉଚରା କରିଛି ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ଦିଲ୍ଲୀ ପୁଲିସର ଏକ ଟିମ୍‌ କମ୍ପାନିର ଏମ୍‌ଡି ମନିଷ ମାହେଶ୍ବରୀଙ୍କୁ ମେ ୩୧ ତାରିଖରେ ପଚରାଉଚରା କରିଥିବା କୁହାଯାଉଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟ୍ବିଟରେ ସନ୍ଦିଗ୍ଧ କଂଗ୍ରେସ ଟ୍ବିଟକୁ ‘ଭ୍ରମିତ ରିପୋର୍ଟ’ ଭାବେ ଅଭିହିତ କରାଯାଇଥିଲା। ଟ୍ବିଟରକୁ ଏ ନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଦୁଇଟି ନୋଟିସ ମଧ୍ୟ ଦିଆଯାଇଥିଲା। ଏହି ନୋଟିସ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ ଟ୍ବିଟରର ଦିଲ୍ଲୀ ଓ ଗୁରୁଗ୍ରାମ କାର୍ଯ୍ୟାଳୟକୁ ଯାଇଥିଲା।

କାର୍ଯ୍ୟାଳୟକୁ ଯିବାର ସାତ ଦିନ ପରେ ଦିଲ୍ଲୀ ପୁଲିସର ଏକ ଟିମ୍ ଟ୍ବିଟର ଇଣ୍ଡିଆ ମୁଖ୍ୟକୁ ପଚରାଉଚରା କରିବା ପାଇଁ ବେଙ୍ଗାଲୁରୁ ଯାଇଥିଲା। ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଖବର ପ୍ରସାର ପାଇଁ ଟ୍ବିଟର ବିରୋଧରେ ଗାଜିଆବାଦ ପୁଲିସ ଏତଲା ସେଠାକାର ଲୋନି ଥାନାରେ ଦେଇଛି। ଏଭଳି ସମୟରେ ଟ୍ବିଟର ଇଣ୍ଡିଆ ମୁଖ୍ୟଙ୍କୁ ପଚରାଉଚରା ଖବର ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର