କଂଗ୍ରେସର ଭିଜନ୍‌-୨୦୨୦ ଆଲୋଚନାଚକ୍ର

ନୂଆଦିଲ୍ଲୀ: କଂଗ୍ରେସ ମହାଅଧିବେଶନର ଆଜି ଶେଷ ଦିବସରେ ଭିଜନ-୨୦୨୦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଏଥିରେ ଭାଗ ନେଇଥିଲେ। କଂଗ୍ରେସକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ତଥା ଅଧିକ ସଂଖ୍ୟକ ଯୁବକଙ୍କୁ ଦଳରେ ଗୁରୁ ଦାୟିତ୍ୱ ଦେବାପାଇଁ ଖୁବ୍‌୍‌ଶୀଘ୍ର ଷ୍ଟିଅରିଂ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଷ୍ଟିୟରିଂ କମିଟିରେ ୨୫ ଜଣ ସଦସ୍ୟ ରହିବେ ଏବଂ ଖୁବ୍‌୍‌ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି। ତିନି ଦିନିଆ ମହାଅଧିବେଶନରେ ଓଡ଼ିଶାରୁ ୨୦୦ରୁ ଅଧିକ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ। ଆସନ୍ତାକାଲି ଓଡ଼ିଶା କଂଗ୍ରେସ ନେତାମାନେ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଫଟୋ ସେସନ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ରାଜ୍ୟ ପିସିସି ପୁନର୍ଗଠନକୁ ନେଇ ହାଇକମାଣ୍ଡଙ୍କ ନିକଟରେ ସେମାନେ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର