ଟ୍ରମ୍ପ୍‌ଙ୍କ ସହ କରମର୍ଦ୍ଦନ କରିଥିଲେ କରୋନା ଆକ୍ରାନ୍ତ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଏକ ସମ୍ମିଳନୀରେ ତାଙ୍କ ସହ ହାତ ମିଳାଇଥିବା ଜଣେ ବ୍ୟକ୍ତି କରୋନା ଭାରରସ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ୱାସିଂଟନରେ ୨୮/୨୯ ଫେବ୍ରୁଆରିରେ ହୋଇଥିବା ଏକ ବାର୍ଷିକ ଜନସଭାରେ ଟ୍ରମ୍ପ୍‌ଙ୍କ ସହିତ ଉକ୍ତ ବ୍ୟକ୍ତି ହାତ ମିଳାଇଥିବା ସ୍ପଷ୍ଟ ହେବାପରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଉକ୍ତ ବ୍ୟକ୍ତିଙ୍କୁ ଏବେ ନ୍ୟୁ ଜର୍ସିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହାକୁ ସ୍ବୀକାର କରିବା ସହ ଏ ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିଛି। ଉକ୍ତ ସମ୍ମିଳନୀର ଭିଡିଓ ଫୁଟେଜ୍‌ ଆଧାରରେ ଅନ୍ୟ କେତେକ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର