କରୋନା ସଙ୍କଟ : ଜୁଲାଇରେ ବି ରହିବ କଟକଣା

ସ୍କୁଲ, କଲେଜ, ‌ସିନେମା ହଲ୍‌ ବନ୍ଦ ରହିବ
ରାତି ୧୦ରୁ ସକାଳ ୫ କର୍ଫ୍ୟୁ
ଆଜି ‌ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ଦେଶରେ କ‌େରାନା ସ୍ଥିତି ଭୟଙ୍କର ହେଉଥିବାରୁ କେନ୍ଦ୍ର ସରକାର କଟକଣା ଅବଧିକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହି ସମୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବା ସହିତ ଆନ୍ତର୍ଜାତିକ ବିମାନ ସେବା ମଧ୍ୟ ବନ୍ଦ ରହିବ। ମେଟ୍ରୋ ଟ୍ରେନ ଚାଲିବ ନାହିଁ। ସି‌ନେମା ହଲ୍, ସ୍ବିମିଂ ପୁଲ୍, ଥିଏଟର, ବାର ପୂର୍ବ ଭଳି ବନ୍ଦ ରହିବ। ସାମାଜିକ ଓ ଧାର୍ମିକ ସମାବେଶ ଉପରେ ମଧ୍ୟ କଟକଣା ଜାରି ରହିବ। ତେବେ ରାତି କର୍ଫ୍ୟୁ ଅବଧିରେ କୋହଳ କରାଯାଇଛି। ଏହା ଏବେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଏହି ସମୟ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ରହିଥିଲା। ଆଜି ସନ୍ଧ୍ୟାରେ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଅନଲକ୍-୨ ସଂପର୍କରେ ଏହି ଗାଇଡଲାଇନ୍ସ ଘୋଷଣା କରାଯାଇଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏସଂପର୍କରେ ଦେଶବାସୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଇତିମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୭୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୪୮ ହଜାର ଟପିଯାଇଛି। ବର୍ତମାନ ସୁଦ୍ଧା ୧୬ ହଜାର ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଜୁନ୍ ପହିଲାରୁ ଇତିମଧ୍ୟରେ ଦେଶରେ ୩ ଲକ୍ଷ ୩୮ ହଜାର ୩୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି।

ସମ୍ବନ୍ଧିତ ଖବର