ସବୁ ରେକର୍ଡ ଭାଙ୍ଗିଲା କରୋନା: ଦେଶରେ ୨୪ଘଣ୍ଟାରେ ୭୫,୭୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ପୂର୍ବର ସବୁ ରେକର୍ଡ ଭାଙ୍ଗିଛି କରୋନା। ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୦୦ଭିତରେ ରହୁଥିବା ବେଳେ ଆଜି ୭୫,୦୦୦ପାର କରିଛି  ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟା ମଧ୍ୟରେ ୭୫,୭୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩,୧୦,୨୩୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨୩୭୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୦,୪୭୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୫,୭୬୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫୯୯୧ ରହିଛି। ୨୪ ଘଣ୍ଟାରେ ୧,୦୨୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେବେ ଗତକାଲି ଅପେକ୍ଷା ଆଜି ମୃତ୍ୟୁ ସଂଖ୍ୟା କମ ରହିଛି। ଗତକାଲି ୨୪ଘଣ୍ଟାରେ ୧,୦୫୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

Scientists Scrutinize New Coronavirus Genome for Answers | The Scientist Magazine®
The Scientist Magazine

ସୂଚନା ମୁତାବକ, ଗତକାଲି ଦେଶରେ ୩୨, ୩୪, ୪୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୪,୬୭,୭୫୯ ଜଣ ସୁସ୍ଥ ହୋଇଥିଲେ। ବାକି ୫୯, ୪୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୭, ୧୫୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୦୭, ୨୬୭ ରହିଥିଲା। ତେବେ ଦିନକୁ ଦିନ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଥିବା ବେଳେ ଗତକାଲି ସୁସ୍ଥତା ହାର ୭୬% ରହିଥିଲା।

ସମ୍ବନ୍ଧିତ ଖବର