ଦେଶରେ ୧୮ଲକ୍ଷ ପ‌ାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ଘଣ୍ଟାରେ ୫୨,୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୭୭୧ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୩ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮,୦୩,୬୯୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ଘଣ୍ଟାରେ ୫୨,୯୭୩ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୬୨୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୮୧୩୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୨,୯୭୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୯୩୫୭ ରହିଛି। ୨୪ ଘଣ୍ଟାରେ ୭୭୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୭ ଜଣ, ଆନ୍ଧ୍ରପ୍ରଦେଶରେ ୧୪୦୭ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୦୧ ଜଣ, ବିହାରରେ ୩୦୯ଜଣ, ଚଣ୍ଡିଗଡ଼ରେ ୧୮ଜଣ, ଛତିଶଗଡ଼ରେ ୫୫ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୯୮୯ଜଣ, ଗୋଆରେ ୪୮ଜଣ, ଗୁଜରାଟରେ ୨୪୬୪ଜଣ, ହରିୟାଣାରେ ୪୨୮ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୮୮ଜଣ, ଝାଡ଼ଖଣ୍ଡରେ ୧୧୩ଜଣ, କର୍ଣ୍ଣାଟକରେ ୨୪୧୨ଜଣ, କେରଳରେ ୮୧ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୭୬ଜଣ, ମହାରାଷ୍ଟ୍ରରେ ୧୫୩୧୬ଜଣ, ମଣିପୁର ୬, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୮୭ ଜଣ, ପୁଦ୍ଦୁଚେରୀରେ ୫୧ଜଣ, ପଞ୍ଜାବରେ ୪୦୫ଜଣ, ରାଜସ୍ଥାନରେ ୬୯୦ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୪୦୩୪ଜଣ, ତେଲେଙ୍ଗାନାରେ ୫୩୦ ଜଣ, ତ୍ରିପୁରାରେ ୨୩ଜଣ, ଉତ୍ତରାଖଣ୍ଡରେ ୮୩ଜଣ, ଉତ୍ତରପ୍ରଦେଶରେ ୧୬୭୭ଜଣ ଏବଂ ପଶ୍ଚମବଙ୍ଗରେ ୧୬୨୯ ଜଣ ।

Condition of 8 infected Indians on board quarantined cruise ship ...
New Indian Express

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୪୦୩, ଆନ୍ଧ୍ରପ୍ରଦେଶ ୭୨୧୮୮, ଅରୁଣାଚଳ ପ୍ରଦେଶ ୭୦୧, ଆସାମ ୧୦୧୮୩, ବିହାର ୧୮୯୩୭, ଚଣ୍ଡିଗଡ଼ ୩୭୮, ଛତିଶଗଡ଼ ୨୭୨୦, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୪୧୮, ଦିଲ୍ଲୀ ୧୦୫୯୬, ଗୋଆ ୧୭୦୭, ଗୁଜରାଟ ୧୪୩୦୦, ହରିୟାଣା ୬୨୫୦, ହିମାଚଳ ପ୍ରଦେଶ ୧୧୧୮, ଜମ୍ମୁ ଓ କଶ୍ମୀର ୭୭୧୩, ଝାଡ଼ଖଣ୍ଡ ୭୦୬୦, କର୍ଣ୍ଣାଟକ ୭୩୨୨୭, କେରଳ ୧୦୮୮୬, ଲଦାଖ ୩୪୭, ମଧ୍ୟପ୍ରଦେଶ ୮୭୬୯, ମହାରାଷ୍ଟ୍ର ୧୪୯୫୨୦, ମଣିପୁର ୧୦୫୧, ମେଘାଳୟ ୫୯୯, ମିଜୋରାମ ୨୧୫, ନାଗାଲାଣ୍ଡ ୧୧୮୬, ଓଡ଼ିଶା ୧୨୦୧୮, ପୁଦ୍ଦୁଚେରୀ ୧୩୫୭, ପଞ୍ଜାବ ୫୫୮୩, ରାଜସ୍ଥାନ ୧୧୯୭୯, ସିକିମ୍ ୩୮୦, ତାମିଲନାଡୁ ୫୬୭୩୮, ତେଲେଙ୍ଗାନା ୧୭୭୫୪, ତ୍ରିପୁରା ୧୭୪୭, ଉତ୍ତରାଖଣ୍ଡ ୩୦୩୪, ଉତ୍ତରପ୍ରଦେଶ ୩୬୦୩୭ ଓ ପଶ୍ଚିମବଙ୍ଗ ୨୦୬୩୧।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୨୨୬, ଆନ୍ଧ୍ରପ୍ରଦେଶ ୭୬୬୧୪, ଅରୁଣାଚଳ ପ୍ରଦେଶ ୯୬୯, ଆସାମ ୩୧୪୪୨, ବିହାର ୩୪୯୯୪, ଚଣ୍ଡିଗଡ଼ ୬୮୩, ଛତିଶଗଡ଼ ୬୬୧୦, ଦାଦର ନଗର ହାୱେଲି ୭୨୫, ଦିଲ୍ଲୀ ୧୨୨୧୩୧, ଗୋଆ ୪୪୩୮, ଗୁଜରାଟ ୪୫୬୯୯, ହରିୟାଣା ୨୯୦୮୦, ହିମାଚଳ ପ୍ରଦେଶ ୧୫୦୨, ଜମ୍ମୁ ଓ କଶ୍ମୀର ୧୨୮୭୧, ଝାଡ଼ଖଣ୍ଡ ୪୫୧୩, କର୍ଣ୍ଣାଟକ ୫୩୬୪୮, କେରଳ ୧୩୭୭୫, ଲଦାଖ ୧୧୦୮, ମଧ୍ୟପ୍ରଦେଶ ୨୨୯୬୯, ମହାରାଷ୍ଟ୍ର ୨୬୬୮୮୩, ମଣିପୁର ୧୬୯୯, ମେଘାଳୟ ୨୫୨, ମିଜୋରାମ ୨୫୩, ନାଗାଲାଣ୍ଡ୍ ୬୪୦, ଓଡ଼ିଶା ୨୧୨୭୪, ପୁଦ୍ଦୁଚେରୀ ୨୧୯୮, ପଞ୍ଜାବ ୧୧୦୭୫, ରାଜସ୍ଥାନ ୨୯୯୭୭, ସିକିମ୍ ୨୬୯, ତାମିଲନାଡୁ ୧୯୦୯୬୬, ତେଲେଙ୍ଗାନା ୪୬୫୦୨, ତ୍ରିପୁରା ୩୪୬୩, ଉତ୍ତରାଖଣ୍ଡ ୪୩୩୦, ଉତ୍ତରପ୍ରଦେଶ ୫୧୩୩୪ ଓ ପଶ୍ଚିମବଙ୍ଗ ୫୦୫୧୭।

ସମ୍ବନ୍ଧିତ ଖବର