୧୯୨ ଦେଶରେ କରୋନା: ମୃତ୍ୟୁସଂଖ୍ୟା ୧୫,୦୦୦ ଟପିଲା, ଆମେରିକା ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ: ୧୯୨ ଦେଶକୁ କରୋନା ଭାଇରସ୍‌ ବ୍ୟାପିଲାଣି। ବିଶ୍ବବ୍ୟାପୀ ୩,୫୦,୬୭୭ ଜଣ ଏହି ମାରାତ୍ମକ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୫,୩୩୭ ରେ ପହଞ୍ଚିଛି। ପ୍ରଥମମେ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଉହାନ୍‌ ଥିଲା। କିନ୍ତୁ ୟୁରୋପୀୟ ରାଷ୍ଟ୍ର ଇଟାଲି ଏବେ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ପାଲଟିଛି। ଇଟାଲିରେ ମୃତ୍ୟୁସଂଖ୍ୟା ୫,୪୭୬ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୧୩୮ରେ ପହଞ୍ଚିଛି। ଇଟାଲିରେ ପୁଣି କଟକଣା ବଢ଼ିଛି। ସମସ୍ତ ଅନାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଅନ୍ୟପକ୍ଷେ ଆମେରିକାରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଏହି ଦେଶରେ କରୋନାରେ ୪୫୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୦୦୦ ଟପିଛି। ଆମେରିକାର ନ୍ୟୁୟର୍କ ସହର କରୋନା ଭାଇରସ୍‌ର ନୂଆ କେନ୍ଦ୍ରସ୍ଥଳ ପାଲଟିବାକୁ ଯାଉଛି। ନ୍ୟୁୟର୍କ ଏବେ ଭୂତ ସହରରେ ପରିଣତ ହୋଇଛି। ସହରରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ବନ୍ଦ ରହିଛି। ନ୍ୟୁୟର୍କ ଷ୍ଟେଟ୍‌ କାଲିଫର୍ଣ୍ଣିଆ ଏବଂ ୱାସିଂଟନ୍‌କୁ ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କରାଯାଇଛି। ଆମେରିକାର ୩ ରାଜ୍ୟ ତଥା ନ୍ୟୁୟର୍କ, କାଲିଫର୍ନିଆ ଏବଂ ୱାସିଂଟନ୍‌ରେ ଜାତୀୟ ଗାର୍ଡ ଟ୍ରୁପ୍ ମୁତୟନ କରିବାପାଇଁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ସ୍ପେନ୍‌ରେ ୨୪ ଘଣ୍ଟା ମଧ୍ୟରେ ପୁଣି ୪୬୨ ଜଣଙ୍କ ମୃତ୍ୟୁ ହୋଇ ସମୁଦାୟ ମୃତକଙ୍କ ସଂଖ୍ୟା ୨,୦୦୦ ଟପିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୯୦୯ରେ ପହଞ୍ଚିଛି। ‌ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ରେ ୬୦୦ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ଭୂତ ସହର ପାଲଟିଲା ନ୍ୟୁୟର୍କ
୪୫୭ ଜଣଙ୍କ ମୃତ୍ୟୁ, ଆକ୍ରାନ୍ତଙ୍କ ସଂଖ୍ୟା ୩୫,୦୦୦ ଟପିଲା
ଉହାନ୍‌କୁ ବଳିଗଲା ଇଟାଲି
ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୨,୦୦୦ ଟପିଲା
ମାଦ୍ରିଦ୍‌ରେ ୬୦୦ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ
ପାକ୍‌ ଡାକ୍ତରଙ୍କ ମୃତ୍ୟୁ

ଜର୍ମାନୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୪ରେ ପହଞ୍ଚିଥିବାବେଳେ ଏଠା‌ରେ ମୃତ୍ୟୁସଂଖ୍ୟା ୨୪,୮୭୩ ଟପିଛି। ଇରାନ୍‌ରେ ଗୋଟିଏ ଦିନରେ ପୁଣି ୧୨୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏଠାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୮୧୨ରେ ପହଞ୍ଚିଛି। ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୪ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୦୦୦ ପହଞ୍ଚିଛି। ବ୍ରିଟେନ୍‌ରେ ବି ମୃତ୍ୟୁସଂଖ୍ୟା ବଢ଼ୁଛି। ବ୍ରିଟେନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୧ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୮୩ରେ ପହଞ୍ଚିଛି। ଫିଲିପାଇନ୍ସରେ ୬୭୦ରୁ ଅଧିକ ସ୍ବାସ୍ଥ୍ୟ କର୍ମଚାରୀ କ୍ବାରେଣ୍ଟିନ୍‌ରେ ଅଛନ୍ତି। କେଣ୍ଟୁକିର ସିନେଟର ରୢାଣ୍ଡ୍‌ ପୌଲ୍‌ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ପୌଲ୍ ରବିବାରଠାରୁ କ୍ବାରେଣ୍ଟିନ୍‌‌ରେ ଅଛନ୍ତି। ଅନ୍ୟପକ୍ଷେ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ ବି କ୍ବାରେଣ୍ଟିନ୍‌ରେ ଅଛନ୍ତି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଟପିଥିବାବେଳେ ଏଠାରେ କରୋନା ଚିକିତ୍ସା କରିଥିବା ଜଣେ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର