କରୋନାଭୂତାଣୁ ଲକ୍‌ଡାଉନ୍‌ର ଭିନ୍ନ ଦୃଶ୍ୟ, ନିସଙ୍ଗତାର ଶିକାର ହୋଇଛନ୍ତି ବେଶି ଯୁବଗୋଷ୍ଠୀ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ବବ୍ୟାପୀ ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ ପରି କଠୋର କଟକଣା ସବୁ ଧୀରେ ଧୀରେ ଅପସରିଯିବାରେ ଲାଗିଛି ା ତେବେ ପରିତାପର ବିଷୟ, ଏପରିକି ସହରା‌ଞ୍ଚଳମାନଙ୍କରେ ସ୍ବାଭାବିକତା ଫେରିବାକୁ ଆରମ୍ଭ କରିଥିବା ବେଳେ ଚଉପାଶର ପୃଥିବୀ ଆଉ ପୂର୍ବ ଭଳି ହସିଲା ପୂରିଲା ହୋଇ ରହିବ ନାହିଁ ବୋଲି ଅନେକ ଆଶଙ୍କା ପ୍ରକଟ କରିଛନ୍ତି। ବିଶେଷ କରି ହୃତ ଦୈନନ୍ଦିନୀକୁ ପୁଣି ପୁନରୁଦ୍ଧାର କଲା ସମୟରେ ବର୍ତ୍ତମାନ ସାମାଜିକ ଦୂରତ୍ବ ହିଁ ପ୍ରଥମ ଅନୁସୃତ ଅଭ୍ୟାସ ହୋଇଥିବାରୁ ଆଗ ଭଳି ଆଉ ସାଙ୍ଗସାଥୀଙ୍କ ସହ ତତ୍କାଳ ସ୍ବତଃସ୍ଫୂର୍ତ୍ତ ଭାବେ କିଛି ଯୋଜନା କରିବାର ଅବସରକୁ ପ୍ରାୟ ସମସ୍ତେ ହରାଇ ବସିଛନ୍ତି ା ଅଫିସ୍‌ ଫର୍ ନାସନାଲ୍ ଷ୍ଟାଟିଷ୍ଟିକ୍ସ(ଓଏନ୍ଏସ୍‌) ପକ୍ଷରୁ କରାଯାଇଥିବା ଏକ ସଦ୍ୟ ଗବେଷଣା ଅନୁଯାୟୀ, ଏଇ କରୋନାଭୂତାଣୁ ପାଇଁ ସେ ସବୁ ଦୃଷ୍ଟିରୁ ବୟସ୍କଙ୍କ ତୁଳନାରେ ଯୁବଗୋଷ୍ଠୀ ହିଁ ବେଶୀ ପ୍ରଭାବିତ ହୋଇଛନ୍ତିା

ଏପରିକି କରୋନାଭୂତାଣୁ ଜନିତ ଲକ୍ଡାଉନ୍ ବେଳେ ୧୬ରୁ ୨୪ ବର୍ଷ ବୟସ୍କଙ୍କ ଭିତରୁ ୫୦ ପ୍ରତିଶତରୁ ଅଧିକ ହିଁ ନିଃସଙ୍ଗତାବୋଧ ଅନୁଭବ କରିଥିବା ଜଣାଯାଇଛି। ଅପରପକ୍ଷେ, ୫୫ରୁ ୬୯ ବର୍ଷ ବୟସ୍କଙ୍କ ମଧ୍ୟରୁ ମାତ୍ର ୨୪.୧ ପ୍ରତିଶତ ହିଁ ଏପରି ଅଭାବନୀୟ ଅନୁଭୂତି ଅଙ୍ଗେ ନିଭାଇଥିବା କୁହାଯାଇଛିା ଏହି ସବେର୍କ୍ଷଣରେ ମୋଟ ୫୨୬୦ ଜଣଙ୍କୁ ଦୀର୍ଘକାଳୀନ ନିିଃସଙ୍ଗତା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିବା ବେଳେ ୨୪୪୦ ଜଣ କେବଳ ଲକ୍ଡାଉନ୍ ବେଳର ବିଗତ ସାତ ଦିନର ନିଃସଙ୍ଗତା ବିଷୟରେ ଉତ୍ତର ରଖିଥିଲୋ ଏପ୍ରିଲ ୩ରୁ ମେ ୩ ଭିତରେ ସଂଗୃହୀତ ଏହି ତଥ୍ୟରୁ ଆଉ ଏକ ରୋଚକ ନିଷ୍କର୍ଷ ମଧ୍ୟ ସାମନାକୁ ଆସିଛିା ଯୁବଗୋଷ୍ଠୀଙ୍କ ପରି ଅତିବରିଷ୍ଠ ନାଗରିକମାନେ ମଧ୍ୟ ଅନୁରୂପ ଅନୁଭୂତି ଦର୍ଶାଇଥିବା ଜଣାଯାଇଛିା ୭୦ ବର୍ଷରୁ ବୟସ୍କ ଏହି ବୟୋଜ୍ୟେଷ୍ଠମାନଙ୍କ ଭିତରୁ ୫୦ ପ୍ରତିଶତ ହିଁ ଭୀଷଣ ଭାବରେ ନିଃସଙ୍ଗତା ସହ ଲଢୁଥିଲେ ବୋଲି କହିଛନ୍ତିା ତେବେ ସେମାନଙ୍କ କ୍ଷେତ୍ରରେ ନିଜର ଜୀବନସାଥୀଙ୍କୁ ହରାଇବାର ଦୁଃଖ ଏବଂ ନିଜ ପରିବାର ଠରୁ ଦୂରରେ ରହିବାର ଯନ୍ତ୍ରଣା ହିଁ ସେମାନଙ୍କୁ ବେଶୀ ବିବ୍ରତ କରିଥିବା ଜଣାଯାଇଛିା

ସମ୍ବନ୍ଧିତ ଖବର