ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ଟପିଲା; ଗୋଟିଏ ଦିନରେ ୪, ୨୧୩ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ: ମେ ୧୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୭୧୫୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୨୦୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୫ ଜଣ, ଆସାମରେ ୨ ଜଣ, ବିହାରରେ ୬ ଜଣ, ଚଣ୍ଡିଗଡ଼ରେ ୨ ଜଣ, ଦିଲ୍ଲୀରେ ୭୩ ଜଣ, ଗୁଜରାଟରେ ୪୯୩ ଜଣ, ହରିୟାଣାରେ ୧୦ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୯ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୧୫ ଜଣ, ମହାରାଷ୍ଟ୍ରରେ ୮୩୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପଞ୍ଜାବରେ ୩୧ ଜଣ, ରାଜସ୍ଥାନରେ ୧୦୭ ଜଣ, ତାମିଲନାଡୁରେ ୪୭ ଜଣ, ତେଲେଙ୍ଗାନାରେ ୩୦ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୭୪ ଜଣ ଏବଂ ପଶ୍ଚମବଙ୍ଗରେ ୧୮୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୯୮୦), ଅରୁଣାଚଳ ପ୍ରଦେଶ (୧), ଆସାମ (୬୩), ବିହାର (୬୯୬), ଚଣ୍ଡିଗଡ଼ (୧୬୯), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୬୯୨୩), ଗୋଆ (୭), ଗୁଜରାଟ (୮୧୯୪), ହରିୟାଣା (୭୦୩), ହିମାଚଳ ପ୍ରଦେଶ (୫୫), ଜମ୍ମୁ ଓ କଶ୍ମୀର (୮୬୧), ଝାଡ଼ଖଣ୍ଡ (୧୫୭) କର୍ଣ୍ଣାଟକ (୮୪୮), କେରଳ (୫୧୨), ଲଦାଖ (୪୨), ମଧ୍ୟପ୍ରଦେଶ (୩୬୧୪), ମହାରାଷ୍ଟ୍ର (୨୨୧୭୧), ମଣିପୁର (୨), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୩୭୭), ପୁଦ୍ଦୁଚେରୀ (୯), ପଞ୍ଜାବ (୧୮୨୩), ରାଜସ୍ଥାନ (୩୮୧୪), ତାମିଲନାଡୁ (୭୨୦୪), ତେଲେଙ୍ଗାନା (୧୧୯୬), ତ୍ରିପୁରା (୧୫୦), ଉତ୍ତରାଖଣ୍ଡ (୬୮), ଉତ୍ତରପ୍ରଦେଶ (୩୪୬୭) ଓ ପଶ୍ଚିମବଙ୍ଗ (୧୯୩୯) । ଆକ୍ରାନ୍ତଙ୍କ ମଧ୍ୟରେ ୧୧୧ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୯୨୫), ଅରୁଣାଚଳ ପ୍ରଦେଶ (୧), ଆସାମ (୩୪), ବିହାର (୩୬୫), ଚଣ୍ଡିଗଡ଼ (୨୪), ଛତିଶଗଡ଼ (୪୯), ଦିଲ୍ଲୀ (୨୦୬୯), ଗୋଆ (୭), ଗୁଜରାଟ (୨୫୪୫), ହରିୟାଣା (୩୦୦), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୩୮୩), ଝାଡ଼ଖଣ୍ଡ (୭୮), କର୍ଣ୍ଣାଟକ (୪୨୪), କେରଳ (୪୮୯), ଲଦାଖ (୨୧), ମଧ୍ୟପ୍ରଦେଶ (୧୬୭୬), ମହାରାଷ୍ଟ୍ର (୪୧୯୯), ମଣିପୁର (୨), ମେଘାଳୟ ୧୦, ମିଜୋରାମ (୧) ଓଡ଼ିଶା (୬୮), ପୁଦ୍ଦୁଚେରୀ (୬), ପଞ୍ଜାବ (୧୬୬), ରାଜସ୍ଥାନ (୨୧୭୬), ତାମିଲନାଡୁ (୧୯୫୯), ତେଲେଙ୍ଗାନା (୭୫୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୬୫୩) ଓ ପଶ୍ଚିମବଙ୍ଗ (୪୧୭) ।

 

ସମ୍ବନ୍ଧିତ ଖବର