ଭୂମି ପୂଜା ପାଇଁ ବ୍ୟବସ୍ଥା କଡାକଡି: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ କରୋନା ପାଇଁ ନେଗେଟିଭ ପରୀକ୍ଷା କରିଥିବା ୪୫ବର୍ଷରୁ କମ ବୟସ୍କ ପୁଲିସକର୍ମୀ

ନୂଆଦିଲ୍ଲୀ : କରୋନାଭାଇରସ୍ ପାଇଁ ନେଗେଟିଭ ପରୀକ୍ଷା କରିଥିବା ଏବଂ ୪୫ବର୍ଷରୁ କମ୍ ବୟସର ପୁଲିସ କର୍ମଚାରୀମାନେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣା ପଡିଛି | ଅଯୋଧ୍ୟାରେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପୁଲିସ କର୍ମୀମାନଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ |

ଭୂମି ପୂଜନର ବିସ୍ତୃତ ସୁରକ୍ଷା ବ୍ୟବସ୍ଥା ପାଇଁ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାକୁ ଅତିରିକ୍ତ ୩୫୦୦ ପୁଲିସ କର୍ମଚାରୀ ପଠାଉଛନ୍ତି। ବିଦ୍ୟମାନ ଥିବା ୨୦ଟି କମ୍ପାନୀ ସମେତ ଅଯୋଧ୍ୟାରେ ସମୁଦାୟ ୪୦ଟି କମ୍ପାନୀ ପ୍ରାଦେଶିକ ସଶସ୍ତ୍ର କନଷ୍ଟେବଲାରୀ (ପିଏସି) ନିୟୋଜିତ ହେବେ | ଅଯୋଧ୍ୟାରେ ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା ପ୍ରକ୍ରିୟା ବର୍ତ୍ତମାନ ଚାଲୁ ରହିଛି। ଏଡିଜି ଆଇନ ଶୃଙ୍ଖଳା ପ୍ରଶାନ୍ତ କୁମାର ଏବଂ ଏଡିଜି ଲକ୍ଷ୍ନୗ ଜୋନ୍ ସତ୍ୟ ନାରାୟଣ ସାବତ ରାମ ମନ୍ଦିର ପାଇଁ ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାରେ ୟୁପି ପୁଲିସର ସୁରକ୍ଷା ବ୍ୟବସ୍ଥାର ନେତୃତ୍ୱ ନେବେ।

Ayodhya Ram Janmabhoomi Mandir Update | Architect Nikhil Sompura ...
भास्कर

ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଅଯୋଧ୍ୟାର ଏସଏସପି ଦୀପକ କୁମାର ଏବଂ ୮ଜଣ ପୁଲିସ ଅଧୀକ୍ଷକଙ୍କ ସମେତ ଦୁଇଜଣ ଡିଆଇଜି ସ୍ତରୀୟ ଅଧିକାରୀ ଅଯୋଧ୍ୟାରେ ରହିବେ।

ସମ୍ବନ୍ଧିତ ଖବର