ମାଙ୍ଗାଲୁରୁ ଡାକ୍ତରଖାନାରୁ ଫେରାର ହେଲେ କରୋନା ରୋଗୀ, ଖୋଜୁଛି ପୁଲିସ

ବେଙ୍ଗାଲୁରୁ: ରବିବାର ରାତିରେ ଦୁବାଇରୁ ମାଙ୍ଗାଲୁରୁରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ କରୋନାଭାଇରସ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୋମବାର ସକାଳୁ ସକାଳୁ ସେ ଡାକ୍ତରଖାନାରୁ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ଏ ନେଇ କର୍ଣ୍ଣାଟକ ପୁଲିସ ଫେରାର ରୋଗୀଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ଯୁବକଙ୍କୁ ଡାକ୍ତରଖାନା ଅଣାଯିବା ପରେ ରାତିରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଛାଡ଼ିଦେବା ଏବଂ ସାଙ୍ଗରେ ନେଇଯିବା ପାଇଁ ଡାକ୍ତରଖାନାରେ ଗଣ୍ଡଗୋଳ କରିଥିଲେ। କରୋନାଭାଇରସ୍ ଭୟକୁ ଦେଖି ତାଙ୍କୁ ପରୀକ୍ଷା ପାଇଁ ରଖାଯାଇଥିବା କହି ଯୁବକଙ୍କୁ ନେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମନା କରିଦେଇଥିଲେ। ହେଲେ ସୋମବାର ସକାଳେ ଯୁବକ ଡାକ୍ତରଖାନାରୁ ପଳାଇ ଯାଇଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ରବିବାର ରାତି ୮ଟାରେ ଦୁବାଇରୁ ବିମାନ ଯୋଗେ ଜଣେ ୩୫ବର୍ଷୀୟ ଯାତ୍ରୀ ମାଙ୍ଗାଲୁରୁରେ ପହଞ୍ଚିଥିଲେ। ବିମାନବନ୍ଦରରେ ବାଧ୍ୟତାମୂଳକ ଯାଞ୍ଚ ସମୟରେ ସେ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ ହେବାରୁ ପରୀକ୍ଷା ପାଇଁ ତାଙ୍କୁ ମାଙ୍ଗାଲୁରୁର ୱେନଲକ୍ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ କର୍ତ୍ତୃପକ୍ଷଙ୍କୁ ନଣାଇ ଏବେ ସେ ଚାଲିଯାଇଥିବା ଜଣାପଡିଛି।

पुलिस टीम ढूंढने में जुटी
oneindia.com

ଯୁବକଙ୍କର ସବିଶେଷ ତଥ୍ୟ ଆମ ପାଖରେ ରହିଛି। ଆମେ ଏବେ ପାଣ୍ଡେଶ୍ୱର ପୁଲିସକୁ ଯୁବକଙ୍କୁ ଖୋଜିବା‌ରେ ସହଯୋଗ କରୁଛୁ। ଆଶା କରୁଛୁ ଯଥା ଶୀଘ୍ର ସେ ଫେରିବେ ଏବଂ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଏହା ସହ ଆମେ ସମସ୍ତ ସତର୍କତା ଅବଲମ୍ବନ କରୁଛୁ ବୋଲି ମାଙ୍ଗାଲୁରୁ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ସିକନ୍ଦର ପାଶା କହିଛନ୍ତି।

ସମ୍ବନ୍ଧିତ ଖବର