ସେପ୍ଟେମ୍ବର ମଧ୍ୟ ଭାଗ ଆଡ଼କୁ ଭାରତରେ କୋଭିଡ୍-୧୯ ମହାମାରୀର ଅବସାନ ଘଟିପାରେ: ସ୍ବାସ୍ଥ୍ୟମନ୍ତ୍ରାଳୟ ଅଧିକାରୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ମଧ୍ୟ ଭାଗ ଆଡ଼କୁ ଭାରତରେ କରୋନାଭାଇରସ୍ ମହାମାରୀ ଶେଷ ହେବାର ସମ୍ଭାବନା ଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସାଧାରଣ ସ୍ବାସ୍ଥ୍ୟ ସେବା ନିର୍ଦେଶାଳୟର ସାଧାରଣ ସ୍ବାସ୍ଥ୍ୟସେବାର (ଜନସ୍ବାସ୍ଥ୍ୟ) ଉପମହାନିର୍ଦେଶକ ଡାକ୍ତର ଅନୀଲ କୁମାରଙ୍କ କହିବା ଅନୁସାରେ, ସେପ୍ଟେମ୍ବର ମଧ୍ୟ ଭାଗ ଆଡ଼କୁ ଭାରତରେ ମହାମାରୀର ଅବସାନ ଘଟିବ।

‘ଏପିଡେମିଲୋଜି ଇଣ୍ଟ୍‌ରନ୍ୟାସ୍‌ନାଲ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଏକ ଲେଖାରେ ଡାକ୍ତର ଅନୀଲ କୁମାର ଏହା ଉଲ୍ଲେଖ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସାଧାରଣ ସ୍ବାସ୍ଥ୍ୟ ସେବା ନିର୍ଦେଶାଳୟର ସାଧାରଣ ସ୍ବାସ୍ଥ୍ୟସେବାର (କୁଷ୍ଠ) ଉପ ସହକାରୀ ମହାନିର୍ଦେଶିକା ରୁପାଲୀ ରାୟଙ୍କ ସହ ମିଶି ସେ ଏହି ଆଲେଖ୍ୟଟି ପ୍ରସ୍ତୁତ କରିଛନ୍ତି।

Image Courtesy of Matrubhumi English

ଗଣମାଧ୍ୟମକୁ ଡାକ୍ତର କୁମାର କହିଛନ୍ତି, ‘ବେଲି’ଜ୍ ମଡେଲ୍’ ନାମରେ ସୁପରିଚି ମଡେଲ୍ ଆଧରରେ ସେ ଆକଳନ କରିଛନ୍ତି। ଏହା ‘ରିଲେଟିଭ୍ ରିମୋଭାଲ୍ ରେଟ୍’ ଉପରେ ଆଧାରିତ। ଏହାର ଅର୍ଥ ଗୋଟିଏ ‘ପୁଲ୍’ ବା ଦଳ ମଧ୍ୟକୁ କେତେଜଣ ପ୍ରବେଶ କରୁଛନ୍ତି ଓ କେତେ ଜଣ ବାହାରି ଯାଉଛନ୍ତି। ଯଦି ସଂକ୍ରମିତ ଜନତାଙ୍କ ସଂଖ୍ୟା ସୁସ୍ଥ ହୋଇ ଚାଲିଯାଉଥିବା ଜନତାଙ୍କ ସଂଖ୍ୟା ସଙ୍ଗେ ସମାନ ହୁଏ, ତେବେ ମହାମାରୀର ଅବସାନ ଘଟିବ।

ଆମେ ମେ ୧୯ ତାରିଖରେ ଏହି ଅଧ୍ୟୟନ ଆରମ୍ଭ କରିବା ବେଳେ ସଂକ୍ରମଣ ଓ ସୁସ୍ଥ ହେଉଥିବା ଜନତାଙ୍କ ସଂଖ୍ୟା ଥିଲା ୪୨%। ଏବେ ଏହା ପ୍ରାୟ ୫୦%। ତେଣୁ ସେପ୍ଟେମ୍ବର ମାସ ମଧ୍ୟ ଭାଗ ବେଳକୁ ଏହି ହାର ୧୦୦% ହୋଇଯାଇଥିବ। ଏ ପରି ହେଲେ ମହାମାରୀ ସଂକ୍ରମଣର ଅବସାନ ଘଟିବ।

ସମ୍ବନ୍ଧିତ ଖବର