ଆମେରିକାରେ କୋଭିଡ୍‌ର ବିରଳ ମାରାତ୍ମକ ଲକ୍ଷଣ

ଲଣ୍ଡନ: ଆମେରିକାର ୩୦୦ରୁ ଅଧିକ ଶିଶୁ ଓ ପ୍ରାପ୍ତବୟସ୍କଙ୍କ ଠାରେ ମହାମାରୀ କୋଭିଡ୍-୧୯ର ଏକ ବିରଳ ମାରାତ୍ମକ ଲକ୍ଷଣ ଦେଖାଯିବା ଘଟଣା ଚିକିତ୍ସାବିତ୍‌ମାନଙ୍କୁ ବିବ୍ରତ କରିଛି। ଏପରିକି ଫ୍ରାନ୍ସ, ଇଟାଲି, ସ୍ପେନ୍‌ ଓ ବ୍ରିଟେନ୍‌ର କୋଭିଡ୍ ରୋଗୀଙ୍କ ଠାରେ ମଧ୍ୟ ଅନୁରୂପ ଲକ୍ଷଣ ଦେଖାଦେଇଥିବା ଜାଣିବାକୁ ମିଳିଛି। ପୃଥକ୍ ଭାବେ କରାଯାଇଥିବା ଦୁଇଟି ଅନୁଧ୍ୟାନରୁ ପ୍ରାପ୍ତ ଏପରି ସୂଚନା ସମ୍ପର୍କରେ ଦି ନ୍ୟୁ ଇଂଲାଣ୍ଡ୍ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍ ପତ୍ରିକାରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି। ଜୀବନ ପ୍ରତି ବିପଦ ଥିବା ଏପରି କୋଭିଡ୍ ଲକ୍ଷଣ ଯେତିକି ଚିନ୍ତାର ବିଷୟ ନୁହେଁ, ତାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଆମେରିକାରେ ସଂପୃକ୍ତ ଶିଶୁମାନଙ୍କ ଠାରେ ମଲ୍‌ଟିସିଷ୍ଟମ୍‌ ଇନ୍‌ଫ୍ଲାମାଟରି ସିଣ୍ଡ୍ରୋମ୍‌(ଏମ୍‌ଆଇଏସ୍‌-ସି) ନାମକ ନୂତନ ରୋଗର ଆବିର୍ଭାବ। ଏପରିକି ଏହି ନୂତନ ଲକ୍ଷଣ ଏପରି ଏକ ଅସୁସ୍ଥତା ଯାହା କି ୨୧ ବର୍ଷରୁ କମ୍ ବୟସ୍କଙ୍କୁ ମଧ୍ୟ ଆକ୍ରାନ୍ତ କରି ଡାକ୍ତରଖାନାରେ ନିଶ୍ଚିତ ଭର୍ତ୍ତି ହେବା ପରିସ୍ଥିତି ଉପୁଜାଉଛି। ଦେଖାଦେଇଥିବା ଏହି ଲକ୍ଷଣ ସ୍ବରୂପ ଦୀର୍ଘ ୨୪ ଘଣ୍ଟା ଯାଏ ଜ୍ବର ନଛାଡ଼ିବା, ଦେହହାତ ଫୁଲିଯିବା ଏବଂ ବହୁବିଧ ପ୍ରତ୍ୟଙ୍ଗକୁ ପ୍ରଭାବିତ କରିବା ଆଦି ରହିଛି।

ସମ୍ବନ୍ଧିତ ଖବର