ଭାରତୀୟ ସେନା ବିରୋଧରେ ‘ବିବାଦୀୟ’ ମନ୍ତବ୍ୟ ମହଙ୍ଗା ପଡ଼ିଲା; ବରିଷ୍ଠ କଂଗ୍ରେସ ନେତା ଆଜାଦ ଓ ସୋଜ୍‌ଙ୍କ ବିରୋଧରେ ଆଗତ ହେଲା ଅପରାଧିକ ମାମଲା

ନୂଆଦିଲ୍ଲୀ: ଭାରତୀୟ ସେନା ବିରୋଧରେ ‘ବିବାଦୀୟ’ ମନ୍ତବ୍ୟ ଦେବା ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍‌ ଓ ଅନ୍ୟତମ ବରିଷ୍ଠ କଂଗ୍ରେସ ସଇଫୁଦ୍ଦିନ୍‌ ସୋଜ୍‌ ଭାରତୀୟ ସେନା ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ସେନାର ମନୋବଳକୁ ଭାଙ୍ଗିବା ସହ ଦେଶ ବିଭାଜନକାରୀ ଶକ୍ତିମାନଙ୍କୁ ଉସ୍‌କାଇବ ବୋଲି ଅଭିଯୋଗ କରି ଆଜିି (ଶକ୍ରବାର) ଦିଲ୍ଲୀର ପାତିଆଲା ହାଉସ୍‌ କୋର୍ଟରେ ଏହି ଦୁଇ ନେତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ଆଗତ ହୋଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍‌ ନିକଟରେ ଭାରତୀୟ ସେନା ବିରୋଧରେ ମନ୍ତବ୍ୟ ଦେଇ କହିଥିଲେ ଯେ ଜମ୍ମୁ- କଶ୍ମିରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆତଙ୍କବାଦୀଙ୍କ ଅପେକ୍ଷା ବେଶୀ ପରମାଣରେ ସାଧରଣ ନାଗରିକ ମରୁଛନ୍ତି। ସେହିପରି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଓ ପୁର୍ବତନ କେନ୍ଦ୍ରମନ୍ତ୍ରୀ ସଇଫୁଦ୍ଦିନ୍‌ ସୋଜ୍‌, କାଶ୍ମୀର ପ୍ରସଙ୍ଗରେ ପୂର୍ବ ପାକିସ୍ତାନୀ ରାଷ୍ଟ୍ରପତି ପରଭେଜ୍‌ ମୁସରଫ୍‌ ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରି କଶ୍ମିରକୁ ସ୍ୱାଧୀନ କରିଦେବା ଆବଶ୍ୟକ ବୋଲି ମତ ଦେଇଥିଲେ। ତେବେ, ଏହି ଦୁଇ କଂଗ୍ରେସୀ ନେତାଙ୍କ ମନ୍ତବ୍ୟ ସେନାର ମନୋବଳକୁ ଭାଙ୍ଗିବା ସହ ଦେଶ ବିଭାଜନକାରୀ ଶକ୍ତିମାନଙ୍କୁ ଉସ୍‌କାଇବ ବୋଲି ଅଭିଯୋଗ କରି ଆଜିି (ଶକ୍ରବାର) ଦିଲ୍ଲୀର ପାତିଆଲା ହାଉସ୍‌ କୋର୍ଟରେ ଏହି ଦୁଇ ନେତାଙ୍କ ବିରୋଧରେ ଶଶି ଭୂଷଣ ନାମକ ଜନୈକ ବ୍ୟକ୍ତି ଏକ ଅପରାଧିକ ମାମଲା ଆଗତ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର