କଶ୍ମୀରରେ ସିଆରପିଏଫ୍‌ ଅଧିକାରୀଙ୍କ ଆତ୍ମହତ୍ୟା

ଶ୍ରୀନଗର: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲା ଅଧୀନସ୍ଥ ସଦର ଅଞ୍ଚଳରେ ଆଜି ଜଣେ ସିଆରପିଏଫ୍‌ ଅଧିକାରୀ ନିଜ ସର୍ଭିସ୍‌ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ୩୩ ବର୍ଷୀୟ ଏମ୍‌ ଅରବିନ୍ଦ ସିଆରପିଏଫ୍‌ର ୪୦ ବାଟାଲିଅନ୍‌ର ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଥିଲେ। ଆଜି ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସିଆର୍‌ପିଏଫ୍‌ ସୂତ୍ରରୁ ପ୍ରକାଶ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ କଳହରୁ ଏହି ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ୨୦୧୪ରେ ସିଆରପିଏଫ୍‌ରେ ଯୋଗ ଦେଇଥିବା ଏମ୍‌ ଅରବିନ୍ଦ ଅଗଷ୍ଟ ୧୪ ତାରିଖରେ ଛୁଟିରୁ ଫେରି କାମରେ ଯୋଗ ଦେଇଥିଲେ। ତେବେ ଅଗଷ୍ଟ ୨୦ ତାରିଖରେ ତାଙ୍କ ପତ୍ନୀ ତାଙ୍କୁ ଭେଟିଥିଲେ। ‌

ସମ୍ବନ୍ଧିତ ଖବର