ଗୁଜୁରାଟରେ ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ବାତ୍ୟା ତୌତେ, ଘଣ୍ଟା ପ୍ରତି ୧୫୫-୧୬୫ ବେଗରେ ବୋହୁଛି ପବନ

ନୂଆଦିଲ୍ଲୀ: ଗୁଜୁରାଟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ସାମୁଦ୍ରିକ ବାତ୍ୟା ତୌତେ | ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଟୁଇଟରେ ଲେଖାଯାଇଛି ଯେ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଏହା ଆଗାମୀ ୨ଘଣ୍ଟା ପର୍ଯ୍ୟନ୍ତ ଚାଲିବ | ତେବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ସହ ଏବେ ଗୁଜୁରାଟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି | ଏହା ସହ ଘଣ୍ଟା ପ୍ରତି ୧୫୫-୧୬୫ ବେଗରେ ପବନ ବୋହୁଥିବା ନେଇ ସୂଚନା ମିଳିଛି |

Cyclone Tauktae Lays Centred About 190 km Off Goa Coast, Next 12 Hours  Crucial
News18

ଭାରତ ପାଣିପାଗ ବିଭାଗ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେବା ପରେ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏହା ସହ ଭାରତୀୟ ସେନା ୟୁନିଟ୍ ଏବଂ ଉଦ୍ଧାରକାରୀ ଦଳ ଯୋଗାଯୋଗର ଉପାଦାନ, ଇଞ୍ଜିନିୟର୍ ଟାସ୍କଫୋର୍ସ ସହିତ ରିଲିଫ୍ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି | ଲ୍ୟାଣ୍ଡଫଲକୁ ନଜରରେ ରଖି ଆଜି ସନ୍ଧ୍ୟା ୮ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଅହମ୍ମଦାବାଦ ବିମାନ ବନ୍ଦର ବନ୍ଦ ରଖାଯାଇଛି |

ସମ୍ବନ୍ଧିତ ଖବର