ବାତ୍ୟା ୟାସ୍‌: ଜନତାଙ୍କୁ ସତର୍କ କରାଇବାକୁ ଆଞ୍ଚଳିକ ଭାଷାରେ ୬ କ‌ୋଟି ‘ମେସେଜ୍‌’ ପଠାଇଛି ଟେଲିକମ୍‌ ବିଭାଗ

ନୂଆଦିଲ୍ଲୀ: ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଟେଲିଯୋଗାଯୋଗା ସେବା ଉପରେ ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ପ୍ରଭାବ ସର୍ବନିମ୍ନ ଥିବା କଥା ବୁଧବାର ଦିନ ଟେଲିକମ୍ ବିଭାଗ ସୂଚନା ଦେଇଛି।

କିନ୍ତୁ, ସାମୁଦ୍ରିକ ବାତ୍ୟା ବିଷୟରେ ସଚେତନ କରାଇବା ଲାଗି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ଜନତାଙ୍କ ନିକଟକୁ ଟେଲିକମ୍‌ ବିଭାଗ ଆଞ୍ଚଳିକ ଭାଷାରେ ସମୁଦାୟ ୬ କୋଟି ‘ମେସେଜ୍‌’ ବା ବାର୍ତ୍ତା ପ୍ରେରଣ କରିଥିଲା।

ଏକ ବିବୃତିରେ ଟେଲିକମ୍ ବିଭାଗ କହିଛି, ମାଗଣାରେ ବାତ୍ୟା ସତର୍କ ସୂଚନା ଘୋଷଣା କରିବା ଲାଗି ମେ ୨୪ ଓ ୨୫ ତାରିଖରେ ‘ଡିଓଟି’ ଏବଂ ‘ସିଡିଓଟି’ର ‘କମନ୍ ଆଲର୍ଟ ପ୍ରୋଟୋକଲ୍‌’କୁ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବ୍ୟାପକ ବ୍ୟବହାର କରିଥିଲେ।

Image Courtesy of South China Morning Post

ସ୍ଥାନୀୟ ଅଧିବାସୀଙ୍କୁ ସତର୍କ କରାଇବା ନିମନ୍ତେ ଆଞ୍ଚଳିକ ଭାଷାମାନଙ୍କରେ ୬ କୋଟିରୁ ଊର୍ଦ୍ଧ୍ବ ‘ବଲ୍‌କ୍‌ ମେସେଜ୍’ ପଠାଯାଇଥିଲା। ସେଥିରୁ ପଶ୍ଚିମବଙ୍ଗ ୩.୮୭ କୋଟି, ଓଡ଼ିଶା ୨.୪୩ କୋଟି ଆନ୍ଧ୍ରପ୍ରଦେଶ ଏବଂ ୩୬.୪ ଲକ୍ଷ ମେସେଜ୍‌ ପଠାଇ ଥିଲେ ବୋଲି ଏହି ବିବୃତିରେ ଉଲ୍ଲେଖ ଅଛି।

Image Courtesy of Zee News

ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ ଗଣମାଧ୍ୟମକୁ କହିଛନ୍ତି, ସତର୍କ ସୂଚନାକୁ ପ୍ରଭାବଶାଳୀ କରାଇବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଆଞ୍ଚଳିକ ଭାଷାରେ ଜନତାଙ୍କ ପାଖକୁ ‘ଭଏସ୍ ଆଲର୍ଟ’ ପ୍ରେରଣ କରାଯାଇଥିଲା। ମାଗଣାରେ ଏହି ସେବା ଯୋଗାଇ ଦେବାକୁ ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ (ଟିଏସ୍‌ପି) ତତ୍‌କ୍ଷଣାତ୍‌ ରାଜି ହୋଇଥିଲା। ଏହି ବ୍ୟବସ୍ଥାକୁ ଆମେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ‘ଷ୍ଟାଣ୍ଡାଡର୍ ପ୍ରୋଟକଲ୍‌’ କରିବୁ।

ସମ୍ବନ୍ଧିତ ଖବର