ଖୁବ ଶୀଘ୍ର ଭାରତରେ ଉପଲବ୍ଧ ହେବ କୋଭିଡ୍ ବଟିକା ମୋଲନୁପିରାଭିର

ନୂଆଦିଲ୍ଲୀ : ଆମେରିକୀୟ ଫାର୍ମା କମ୍ପାନି ମର୍କର କୋଭିଡ୍ ଆରୋଗ୍ୟକାରୀ ବଟିକା ମୋଲନୁପିରାଭିରକୁ ଖୁବ ଶୀଘ୍ର ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ (ଡିସିଜିଆଇ)ର କୋଭିଡ୍ ଷ୍ଟ୍ରାଟର୍ଜି ଗ୍ରୁପର ମୁଖ୍ୟ ଡ. ରାମ ବିଶ୍ବକର୍ମା ।

କମ୍ପାନି ପକ୍ଷରୁ ୭୦୦ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ପରୀକ୍ଷଣ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଦାଖଲ କରିଛି । ଏହି ଆବେଦନ ଏବେ ବିଚାରାଧିନ ରହିଛି ।

ମର୍କର ଔଷଧ ମୋଲନୁପିରାଭିରକୁ  କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ ବଡ଼ ଉଦ୍ଭାବନ ବୋଲି କୁହାଯାଉଛି । ଭାରତରେ ଏହି ଔଷଧର ଉତ୍ପାଦନ ପାଇଁ ମର୍କ ୮ଟି ଭାରତୀୟ ଫାର୍ମା କମ୍ପାନିଙ୍କ ସହ ଲାଇସେନ୍ସିଂ ଚୁକ୍ତି କରିଛି । ସେସବୁ କମ୍ପାନି ମଧ୍ୟରେ ଅଛନ୍ତି ଡ.ରେଡ୍ଡୀ, ସନଫାର୍ମା, ସିପଲା, ହେଟେରୋ, ଅରବିନ୍ଦ ଫାର୍ମା ଇତ୍ୟାଦି । ଏସବୁ କମ୍ପାନିମାନେ କ୍ଲିନାକାଲ ପରୀକ୍ଷଣ କରି ତାହାର ତଥ୍ୟ ଡିସିଜିଆଇ ନିକଟରେ ଦାଖଲ କରିଛନ୍ତି ।

ଡ. ବିଶ୍ବକର୍ମା କହିଛନ୍ତି ଯେ ମୋଲନୁପିରାଭିରକୁ ବ୍ରିଟେନରେ ଅନୁମତି ମିଳିସାରିଛି । ଭାରତରେ ଏହାର ପରୀକ୍ଷଣ ତଥ୍ୟ ଉପଲବ୍ଧ ଅଛି । ଏଣୁ ଏହି ଔଷଧ ନେଇ ଉଭୟ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଡାଟା ଉପଲବ୍ଧ ଅଛି । ଏହା ମଂଜୁରୀ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ।

 

 

 

ସମ୍ବନ୍ଧିତ ଖବର