ସମାଧାନର ବାଟ ବାହାର କରି ପାରୁ ନାହାନ୍ତି ସରକାର, ଏନ୍‌ସେଫାଲାଇଟିସ୍‌ ରୋଗ ପାଇଁ ଗଲାଣି ୧୫୮ଶିଶୁଙ୍କ ଜୀବନ

ମୁଜାଫରପୁର : ବିହାରର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ପାଇଁ ଶିଶୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏ ନେଇ ସରକାର କୌଣସି ସମାଧାନର ବାଟ ବାହାର କରିପାରୁ ନଥିବା ବେଳେ ମୃତ୍ୟୁସଂଖ୍ୟା ୧୫୮ରେ ପହଞ୍ଚିଲାଣି । ମାସ ଆରମ୍ଭରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଚାହୁଁ ଚାହୁଁ ୧୫୮ଜଣ ଶିଶୁ ଏନ୍‌ସେଫାଲାଇଟିସ୍‌ ଶିକାର ହୋଇ ସାରିଲେଣି । ମୁଜାଫରପୁରରେ ୧୨୨ଶିଶୁଙ୍କ ଜୀବନ ଯାଇଥିବା ବେଳେ ବେଗୁସରାଇରେ ୬ଜଣ, ସମସ୍ତିପୁରରେ ୫ଜଣ, ମୋତିହାରିରେ ୨ଜଣ, ପାଟନାରେ ୨ଜଣ, ବେଟିହାରେ ୨ଜଣ, ଭାଗଲପୁରରେ ଜଣେ, ଗୋପାଳଗଞ୍ଜରେ ଜଣେ ଏବଂ ବୈଶାଲିରେ ୧୭ଜଣ ପ୍ରାଣ ହରାଇଥିବା ଜଣା ପଡ଼ିଛି ।

Hindustan Times

ଏହା ପୂର୍ବରୁ ସୋମବାର ରାଷ୍ଟ୍ରୀୟ ମାନବାଧିକାର ଆୟୋଗ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ଏ ନେଇ ନୋଟିସ ପଠାଇଥିଲେ । ମିଡିଆରେ ଏନ୍‌ସେଫାଲାଇଟିସ୍‌ ପାଇଁ ବଢ଼ୁଥିବା ଶିଶୁ ମୃତ୍ୟୁକୁ ନେଇ ଖବର ଆସିବା ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଏ ନେଇ ସଂପୂର୍ଣ୍ଣ ବିବରଣୀ ଦେବାକୁ ଆଦେଶ ଦେଇଥିଲେ । ଏହି ରୋଗର କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ତତ୍ପର ହୋଇ ଉଠୁଥିବା କହିଥିଲେ ଜଣେ ବରିଷ୍ଠ ଅଧିକାରୀ । ତେବେ ଏ ପର୍ଯ୍ୟନ୍ତ ଏହି ରୋଗର ମୁକାବିଲା ପାଇଁ ସେଭଳି କୌଣସି ପଦକ୍ଷେପ ନିଆ ଯାଇ ନାହିଁ ।

ସମ୍ବନ୍ଧିତ ଖବର