ପ୍ରତିରକ୍ଷା କଥା ଭୁଲିଗଲେ ସୀତାରମଣ ! ମାତ୍ର ୧.୪% ବଢିଛି ବ୍ୟୟବରାଦ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢିଚାଲିଥିବାବେଳେ ଭାରତୀୟ ପ୍ରତିରକ୍ଷା ବାହିନୀର ଆଧୁନୀକିକରଣ ପାଇଁ ବିଶେଷଜ୍ଞମାନେ ଦାବି କରୁଛନ୍ତି । ତେବେ ବିଗତ କିଛି ବର୍ଷ ହେଲା ଭାରତର ପ୍ରତିରକ୍ଷା ବ୍ୟୟବରାଦ ଆଶାନୁରୂପଭାବେ ବଢୁନଥିବା ଲକ୍ଷ୍ୟ କରାଯାଉଛି ।

ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ବ୍ୟୟବରାଦ ( ପ୍ରତିରକ୍ଷା ପେନସନକୁ ମିଶାଇ) ମାତ୍ର ୧.୪ ପ୍ରତିଶତ ବୃଦ୍ଧି ପାଇ ୪ ଲକ୍ଷ ୭୮ ହଜାର ୧୯୫ କୋଟିରେ ପହଞ୍ଚିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ତାହା ୪ ଲକ୍ଷ ୭୧ ହଜାର ୩୭୮ କୋଟି ଥିଲା । ଏହା ମଧ୍ୟରେ ଡିଫେନ୍ସ କ୍ୟାପିଟାଲ ( ଭିତ୍ତିଭୂମି  ବ୍ୟୟବରାଦ ୧ ଲକ୍ଷ ୩୫ ହଜାର କୋଟି ରହିଛି ଯାହାକି ଗତ ୧୫ ବର୍ଷ ମଧ୍ୟରେ ସର୍ବାଧିକ ।

ଯଦି ପ୍ରତିରକ୍ଷା ପେନସନକୁ ବାଦ ଦିଆଯାଏ, ତେବେ ଚଳିତ ଆର୍ଥିକ ବର୍ଷରେ ପ୍ରତିରକ୍ଷା ବ୍ୟୟବରାଦ ୭.୪ ପ୍ରତିଶତ ବୃଦ୍ଧି ପାଇ ୩ ଲକ୍ଷ ୬୨ ହଜାର କୋଟିରେ ପହଞ୍ଚିଛି, ଯାହାକି ଚଳିତ ଆର୍ଥିକ ବର୍ଷରେ ୩ ଲକ୍ଷ ୩୭ ହଜାର କୋଟି ଥିଲା ।

ସମ୍ବନ୍ଧିତ ଖବର