ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ , ଆଗ ଅପେକ୍ଷା ୪ ଘଣ୍ଟା କମ୍ ସମୟ ଲାଗିବ
ନୂଆଦିଲ୍ଲୀ: କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି ଯେ, ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଚଳିତ ମାସ ଶେଷ ସପ୍ତାହରୁ ନବରାତ୍ରୀ ଆରମ୍ଭ ହେଉଥିବା ଜଣାଯାଇଛି ।ଏହି ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ଦେବାଲାଗି ଏଭଳି କରାଯିବ ବୋଲି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳ ବୈଷ୍ଣୋଦେବୀକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ବନ୍ଦେ ଭାରତ ଏକ୍ସପ୍ରେସରେ କମ୍ ସମୟ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ଯାତ୍ରା କରିପାରିବେ।
ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ଏଯାଏଁ ୬୦ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଛନ୍ତି । ଏମାନେ ଅଧିକାଂଶ ଜମ୍ମୁ ଓ କଟରା ଆସୁଥିବା ଟ୍ରେନ ଉପରେ ଭରସା କରିଥାନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପରେ ଦିଲ୍ଲୀରୁ କଟରା ଯାତାୟତ ସମୟରେ ୪ ଘଣ୍ଟା କମ ହୋଇଯିବ। ଫଳରେ ଆଗରୁ ୧୨ ଟଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ଆଠ ଘଣ୍ଟା ସମୟ ଲାଗିବ ।