ଦିଲ୍ଳୀରେ ବୃଦ୍ଧି ପାଉଛି ଉତ୍ତେଜନା; ଜାମିଆ ବିଶ୍ବ ବିଦ୍ୟାଳୟର ଲାଇବ୍ରେରି ଭାଙ୍ଗିଲା, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦିଲ୍ଳୀରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ହୋଇଥିବା ଏହି ଆନ୍ଦୋଳନରେ ପୁଲିସ୍‌ କର୍ମୀ ଓ ଅଗ୍ନିଶମ ବିଭାଗୀୟ କର୍ମୀମାନେ ଆହତ ହୋଇଥିବାର ସୂଚନା ରହିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ‌ଆନ୍ଦୋଳନରେ ଜାମିଆ ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସ୍ଥାନୀୟ ଲୋକେ ବି ସାମିଲ୍‌ ଅଛନ୍ତି। ‌ସେମାନେ ଉତ୍ତେଜନାକୁ ପ୍ରୋତ୍ସାହନା ଦେଉଛନ୍ତି।

ଆନ୍ଦୋଳନକାରୀମାନେ ପୂର୍ବରୁ ପୁଲିସ୍‌କୁ ଆକ୍ରମଣ କରିବା ସହ କାର୍‌ ଓ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ସେମାନେ ବର୍ତ୍ତମାନ ସୁଦ୍ଧା ଜାମିଆ ବିଶ୍ବ ବିଦ୍ୟାଳୟ ପରିସରରେ ଥିବା ଲାଇବ୍ରେରିକୁ ବି ଭାଙ୍ଗି ପକାଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଲୋକମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କେବଳ ଦିଲ୍ଲୀ ନୁହେଁ, ନାଗରିକ ସଂଶୋଧନ ଆଇନ୍‌କୁ ନେଇ ପୂର୍ବରୁ ଆସାମ ଓ ପଶ୍ଚିମବଙ୍ଗରେ ବି ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ତେଜନାକୁ ରୋକିବା ପାଇଁ ଅନେକ ଅଞ୍ଚଳରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର