‘ଦି ଓ୍ବେୟାର’ର ପ୍ରତିଷ୍ଠାତା ସିଦ୍ଧାର୍ଥ ବରଦରାଜନ ଓ ସଂପାଦକ ଏମକେ ବେଣୁଙ୍କ ଘରେ ପୁଲିସ ଚଢଉ

ନୂଆଦିଲ୍ଲୀ : ଓ୍ବେବ୍ ପୋର୍ଟାଲ୍ ‘ଦି ଓ୍ବେୟାର’ର ପ୍ରତିଷ୍ଠାତା ସିଦ୍ଧାର୍ଥ ବରଦରାଜନ ଓ ପ୍ରତିଷ୍ଠାତା ସଂପାଦକ ଏମକେ ବେଣୁଙ୍କ ଘରେ ଦିଲ୍ଲୀ ପୁଲିସ ଚଢଉ କରିଛି । ଏହି ପୋର୍ଟାଲ ବିରୋଧରେ ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିଜ ଅଭିଯୋଗରେ ମାଲବ୍ୟ ଅଭିଯୋଗ କରିଥିଲେ ଯେ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଦି ଓ୍ବେୟାର ପକ୍ଷରୁ ଜାଲ ତଥ୍ୟ ବ୍ୟବହାର କରି ଖବର ପ୍ରକାଶ କରାଯାଇଥିଲା ।

ମାଲବ୍ୟ ଗତ ଶନିବାରଦିନ ଏହି ପୋର୍ଟାଲ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକାମି ଆଦି ଅଭିଯୋଗ ଲଗାଯାଇ ଏକ ମାମଲା ରୁଜ୍ଜୁ କରିଥିଲେ ।

କିଛି ଦିନ ପୂର୍ବେ ଦି ଓ୍ବେୟାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ମେଟା (ପୂର୍ବର ଫେସବୁକ) ପକ୍ଷରୁ ମାଲବ୍ୟଙ୍କୁ କେତେକ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି, ଯଦ୍ବାରା ସେ ସରକାରୀ ବିରୋଧୀ ପୋଷ୍ଟକୁ ହଟାଇପାରୁଛନ୍ତି ।

କିନ୍ତୁ ମେଟା ପକ୍ଷରୁ ଏହି ଖବରରେ ସତ୍ୟନା ନାହିଁ ବୋଲି କୁହାଯାଇଥିଲା । ଏହା ପରେ ଓ୍ବେୟାର ପକ୍ଷରୁ କେତେକ ଇ-ମେଲର ସ୍କ୍ରିନସଟ୍ ଜାରି କରି ନିଜ ଖବରକୁ ଠିକ ବୋଲି ପ୍ରମାଣିକ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଏସବୁକୁ ମେଟା ଖଣ୍ଡନ କରିଥିଲା । ପରେ ଜଣା ପଡ଼ିଥିଲା ଯେ ଉକ୍ତ ପୋର୍ଟାଲ ପକ୍ଷରୁ ତଥ୍ୟ ପ୍ରମାଣକୁ ଜାଲ କରି ଏସବୁ ଖବର ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର