ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ ଚେତାବନୀ, ବଢ଼ିପାରେ ସଂକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏତେ ମାତ୍ରାରେ ବାୟୁ ପ୍ରଦୂଷଣ ହୋଇଛି ଯେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ଆଉ ଏହି ପ୍ରଦୂଷଣ ଭିତରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ କରୋନା ସଂକ୍ରମଣକୁ ପୁଣି ବଢାଇପାରେ ।

ଡାକ୍ତର ଗୁଲେରିୟା କହିଛନ୍ତି, ବାୟୁ ପ୍ରଦୂଷଣ ଯେଉଁଠି ଅଧିକ ରହିବ ସେଠି କରୋନା ଅଧିକ ଘାତକ ହୋଇପାରେ । ଏହା ମଣିଷର ଫୁସଫୁସ ଉପରେ କୁପ୍ରଭାବ ପକାଇଥାଏ। ପ୍ରଦୂଷଣ ଯୋଗୁଁ କରୋନା ଲମ୍ବା ସମୟ ଯାଏଁ ବାୟୁରେ ରହିପାରିବ । ଆଉ ଏହା ପୁଣି ଦିଲ୍ଲୀରେ ସଂକ୍ରମଣକୁ ବୃଦ୍ଧି କରିପାରେ ।

ଏହାସହ ଗୁଲେରିୟା ଚିନ୍ତା ପ୍ରକଟ କରି କହିଛନ୍ତି ଯେ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ନାଗରିକଙ୍କ ଆୟୁଷ କମ ହୋଇଯାଇଛି । ସେମାନେ କମ ବୟସରେ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତାଙ୍କ ଅନୁସାରେ ସିଗାରେଟ ଧୂଆଁରେ ଯେତିକି ବିପଦ ନାହିଁ ତା’ଠାରୁ ଅଧିକ ବିପଦ ବାୟୁ ପ୍ରଦୂଷଣରେ ରହିଛି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦୀପାବଳି ହେତୁ ଦିଲ୍ଲୀର ବାୟୁ ପ୍ରଦୂଷଣ ବିପଜ୍ଜନକସ୍ତରରେ ପହଞ୍ଚିଛି।

ସମ୍ବନ୍ଧିତ ଖବର