ଦିଲ୍ଲୀ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏନ୍‌ଣ୍ଟ୍ରାନ୍ସ ପରୀକ୍ଷା

କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ଆରମ୍ଭ ହେବ ଆର୍ଟିଫିସିଆଲ ଇନ୍‌‌ଟେଲିଜେନ୍ସ ପାଠ୍ୟକ୍ରମ
ବିଶ୍ବବିଦ୍ୟାଳୟ ଓ କଲେଜମାନଙ୍କରେ ଚାଲିବ ‘କେଚ୍‌ ଦ ରେନ୍‌’ ଅଭିଯାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଦେଶର ପ୍ରମୁଖ ସହରମାନଙ୍କରେ ଏନ୍‌ଣ୍ଟ୍ରାନ୍ସ ପରୀକ୍ଷାର ଆୟୋଜନ କରାଯିବ। ଏହି ପରୀକ୍ଷା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ଦ୍ବାରା କରାଯିବ। ଓଡ଼ିଶାର ଭୁବନେଶ୍ବର ସମେତ ଦେଶର ବିଭିନ୍ନ ରାଜ୍ୟର ୨୪ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ କୌଣସି ସହର ପରିବର୍ତ୍ତନ ହେଲେ ଛାତ୍ରଛାତ୍ରୀମାନେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଥବା ଏନ୍‌ଟିଏର ୱେବ୍‌ସାଇଟ୍‌ରୁ ପରିବର୍ତ୍ତନ ସମ୍ପର୍କିତ ସୂଚନା ହାସଲ କରିପାରିବେ।

କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ଆରମ୍ଭ ହେବ ଆର୍ଟିଫିସିଆଲ ଇନ୍‌‌ଟେଲିଜେନ୍ସ ପାଠ୍ୟକ୍ରମ
ଏଣିକି କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଆର୍ଟିଫିସିଆଲ ଇନ୍‌‌ଟେଲିଜେନ୍ସ ସମ୍ପର୍କରେ ସୂଚନା ଉପଲବ୍ଧ କରାଯିବ। ଚଳିତ ଶିକ୍ଷାବର୍ଷରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ସାମିଲ କରାଯିବ। ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ଏ ନେଇ ପତ୍ର ଲେଖାଯାଇଛି। ଏତଦ୍‌ ବ୍ୟତୀତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୱେବ୍‌ସାଇଟ୍‌ରେ ଏହି ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି।

ବିଶ୍ବବିଦ୍ୟାଳୟ ଓ କଲେଜମାନଙ୍କରେ ଚାଲିବ ‘କେଚ୍‌ ଦ ରେନ୍‌’ ଅଭିଯାନ
ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜମାନଙ୍କରେ ‘କେଚ୍‌ ଦ ରେନ୍‌’ ଅଭିଯାନ ଆରମ୍ଭ କରାଯିବ। ଦେଶର ସମସ୍ତ କୁଳପତିମାନଙ୍କୁ ୟୁଜିସି ପକ୍ଷରୁ ଲେଖାଯାଇଥିବା ପତ୍ରରେ ବର୍ଷାଜଳକୁ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦିଆଯାଇଛି। ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ, ସଂସ୍ଥାନ ବର୍ଷା ଜଳ ସଂରକ୍ଷଣର ବ୍ୟବସ୍ଥା ପାଇଁ କୁହାଯାଇଛି। ଏହି ଅଭିଯାନରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର