ଦିଲ୍ଲୀ ହିଂସା ମାମଲା ରାଜ୍ୟସଭାରେ ତଥ୍ୟ ରଖିଲେ କେନ୍ଦ୍ର ସରକାର

୭୫୫ ଏଫ୍‌ଆଇଆର, ୩୫୩ ଚାର୍ଜସିଟ୍‌, ୧୮୨୯ ଜଣ ଗିରଫ ହୋଇଛନ୍ତି

ନୂଆଦିଲ୍ଲୀ : ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ଏବଂ ହିଂସା ମାମଲାରେ କେନ୍ଦ୍ର ସରକାର ଆଜି ତଥ୍ୟ ରଖିଛନ୍ତି। ଦିଲ୍ଲୀ ହିଂସା ମାମଲାରେ ୭୫୫ ଏଫ୍‌ଆଇଆର ରୁଜୁ ହୋଇଛି, ୧୮୨୯ ଜଣ ଗିରଫ ହୋଇଛନ୍ତି ଏବଂ ୩୫୩ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି ‌ବୋଲି କେନ୍ଦ୍ର ସରକାର ରାଜ୍ୟସଭାରେ ତଥ୍ୟ ରଖି କହିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶାନ୍‌ ରେଡ୍ଡି କହିଛନ୍ତି, ମାମଲାରେ ୭୫୫ ଏତଲା ମଧ୍ୟରୁ ୬୨ଟି ଅତି ଜଘନ୍ୟ ମାମଲାର କ୍ରାଇମ୍‌ ବ୍ରାଞ୍ଚ୍‌ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରୁଛି।

ସ୍ବତନ୍ତ୍ର ଶାଖା ଦ୍ବାରା ଗୋଟିଏ ମାମଲାର ତଦନ୍ତ ଚାଲିଥିବା ଜଣାପଡ଼ିଛି। ମାମଲାରେ ୧୮୨୯ ଜଣ ଗିରଫ ହୋ‌ଇଛନ୍ତି। ତଥ୍ୟ ଏବଂ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି ବୋଲି ରେଡ୍ଡି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ନାଗରିକତା ଆଇନ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହେବାପରେ ହିଂସା ଉପୁଜିଥିଲା। ଏହି ହିଂସାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ବ୍ୟାପକ ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର