ବିମାନ ପାଇଁ ହଟିବ ହନୁମାନଙ୍କ ପ୍ରତିମା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସୋମବାର ଦିଲ୍ଲୀର କରୋଲ ବାଗରେ ଥିବା ୧୦୮ଫୁଟ ଉଚ୍ଚ ପ୍ରଭୁ ହନୁମାନଙ୍କ ପ୍ରତିମାକୁ ବିମାନମାର୍ଗରୁ ହଟାଇବା ଉପରେ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ଜିଓ ମହାନଗରର କରୋଲ ବାଗ ଅଞ୍ଚଳରେ ବିଭିନ୍ନ ବେଆଇ ର୍ନିମାଣ ଓ ବେଆଇନ୍‌ ଜମି ହଡ଼ପ ହଟାଇବା ପାଇଁ ଏକ ଜନହୀତ ଆବେଦନ ହାଇକୋର୍ଟରେ କରିଥିଲେ। ଏହି ଆବେଦନର ଶୁଣାଣି କରିବାକୁ ଯାଇ କୋର୍ଟ କରୋଲ ବାଗରେ ଥିବା ୧୦୮ଫୁଟ ଉଚ୍ଚ ପ୍ରଭୁ ହନୁମାନଙ୍କ ପ୍ରତିମାକୁ ବିମାନମାର୍ଗରୁ ହଟାଇବା ଉପରେ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଗୀତା ମିତଲ ଓ ଜଷ୍ଟିସ ସି.ହରିଶଙ୍କରଙ୍କ ଖଣ୍ଡପୀଠରେ ଆକାଶଛୁଆଁ ସମସ୍ତ ବସ୍ତୁକୁ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରାଯିବା ନେଇ ଲ୍ୟୁଟେନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ସହ ଆଲୋଚନା କରିଛନ୍ତି।

ଏହି ଖଣ୍ଡପୀଠ କରୋଲ ବାଗର ଏସ୍‌ଏଚଓ, କେନ୍ଦ୍ରୀୟ ଡିସିପି ଓ ପିଡବ୍ଲୁଡିର ମୁଖ୍ୟ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ସେମାନେ ଏଭଳି ପ୍ରତିମା ଓ ସେହି ଲୋକମାନଙ୍କ ତାଲିକା ଖୁବ୍‌ ଶୀଘ୍ର ପ୍ରସ୍ତୁତ କରନ୍ତୁ ଯେଉଁମାନେ ବେଆଇନ୍‌ ନିର୍ମାଣ ଓ ଜମି ହଡ଼ପ କରିଛନ୍ତି। ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨୪ ତାରିଖରେ ହେବ।

ସମ୍ବନ୍ଧିତ ଖବର