ତେଜୁଛି ଚୀନ୍‌ ସାମଗ୍ରୀ ବର୍ଜନ ଦାବି

କୋଲକାତା: ସୀମାରେ ଭାରତୀୟ ସେନା ଉ‌ପରେ ଚୀନ୍‌ ସେନାର ଆକ୍ରମଣ ପ୍ରତିବାଦରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବର୍ଜନ ଦାବିରେ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାରଠାରୁ ପଶ୍ଚିମବଂଗର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ଶହଶହ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଚାଇନା ସାମଗ୍ରୀ, ପତାକା ଏବଂ ରାଷ୍ଟ୍ରପତିଙ୍କ ପୋଷ୍ଟର ଭଙ୍ଗାରୁଜା କରିବା ସହ ପୋଡ଼ିଛନ୍ତି।

ସହିଦମାନଙ୍କ ବଳିଦାନକୁ ସ୍ମରଣ କରି ସେମାନଙ୍କ ସମର୍ଥନରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶିବସେନା ପକ୍ଷରୁ ସଲ୍ଟଲେକ୍‌ରେ ଥିବା ଚୀନ୍‌ ବାଣିଜ୍ୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚୀନ୍‌ ନିର୍ମିତ ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରାଯାଇଥିଲା। ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ କୋଲକାତାରେ ଚୀନ୍‌ବିରୋଧୀ ରାଲି କରାଯାଇଥିଲା। ବିଜେପି ପକ୍ଷରୁ ମଧ୍ୟ ଏକ ବିଶାଳ ମହମବତି ରାଲି କରାଯାଇ ଚୀନ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ବର୍ଜନ କରାଯିବାକୁ ଦାବି ହୋଇଥିଲା। ଚୀନ୍‌ ସାମଗ୍ରୀ ପାଇଁ ପ୍ରସିଦ୍ଧ ସିଲିଗୁଡ଼ିର ହଂକଂ ମାର୍କେଟ୍‌ର ବ୍ୟବସାୟୀମାନେ ବଜାରର ନାଁ ବଦଳାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର