ଲସ୍ଏଞ୍ଜେଲ୍‌ସ୍‌ରେ ପାକିସ୍ତାନୀ ବଂଶୋଦ୍ଭବ କାନଡୀୟ ଗିରଫ, ୨୬/୧୧ ମୁମ୍ବାଇ ଆକ୍ରମଣରେ ଭୂମିକା ଥିବାରୁ ଭାରତକୁ ପ୍ରତ୍ୟର୍ପଣ କରାଯିବ

ନୂଆଦିଲ୍ଲୀ: ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରରେ ଭୂମିକା ଗ୍ରହଣ କରିଥିବା ହେତୁ ଜେଲ୍ ଯାଇଥିବା ପାକିସ୍ତାନୀ ବଂଶୋଦ୍ଭବ କାନଡୀୟ ତହବ୍ବୁର୍ ରାଣାଙ୍କୁ ମୁକ୍ତ କରାଯିବା ପରେ ଭାରତକୁ ପ୍ରତ୍ୟର୍ପଣ କରାଯିବା ନିମନ୍ତେ ପୁଣି ଗିରଫ କରାଯାଇଛି।

ମୁମ୍ବାଇ ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ୫୯ ବର୍ଷୟ ରାଣା ଲସ୍ଏଞ୍ଜେଲ୍ସ୍‌ ଫେଡେରାଲ୍ ଜେଲ୍‌ରେ ୧୪ ବର୍ଷ କାରାଦଣ୍ଡାଦେଶ ପାଇଥିଲେ। କିନ୍ତୁ ଖରାପ ସ୍ବାସ୍ଥ୍ୟାବସ୍ଥା ଏବଂ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା କାରଣରୁ ଆଗୁଆ ମୁକ୍ତି ପାଇଁ ଗତ ସପ୍ତାହରେ ତାଙ୍କୁ ମଞ୍ଜୁରୀ ମିଳିଥିଲା। କିନ୍ତୁ, ଭାରତକୁ ପ୍ରତ୍ୟାର୍ପଣ କରାଯିବା ମାମଲା ଥିବାରୁ ସେ ଜେଲ୍‌ରୁ ବାହାରି ପାରି ନାହାନ୍ତି। ସେଠାରେ ତାଙ୍କୁ ପୁଣି ଥରେ ଗିରଫ କରାଯାଇଛି ବୋଲି ଆମେରିକୀୟ ଓକିଲ କହିଛନ୍ତି। ଜୁନ୍ ୧୦ ତାରିଖ ଦିନ ତାଙ୍କୁ ପୁନର୍ବାର ଗିରଫ କରାଯାଇଛି ବୋଲି ଜାଣିଥିବା କଥା ଭାରତୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

Image Courtesy of Zee News

ଆତଙ୍କବାଦୀ ଆକ୍ରମଣ ଅଭିଯୋଗରେ ଭାରତ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ ଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଆଟର୍ଣ୍ଣି ଲସ୍ଏଞ୍ଜେଲ୍‌ସ୍‌ର ଜିଲ୍ଲା ଜଜ୍‌ଙ୍କୁ ସୂଚନା ଦେଇଥିଲେ। ଏବେ ତାଙ୍କର ପ୍ରତ୍ୟର୍ପଣ ମାମଲାର ଶୁଣାଣି କରାଯିବ।

 

 

 

ସମ୍ବନ୍ଧିତ ଖବର