ତିରୁପତି ମନ୍ଦିରକୁ ଏକ କୋଟି ଟଙ୍କା ଦାନ କରି ଶ୍ରଦ୍ଧାଳୁଙ୍କୁ ନିଃଶୁଳ୍କ ଭୋଜନ କରାଇଲେ ନୂଆଦିଲ୍ଲୀର ଜଣେ ଭକ୍ତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜଣେ ବ୍ୟକ୍ତି ଶ୍ରୀନିବାସ କୃଷ୍ଣ ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରକୁ ଏକ କୋଟି ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ନିଜକୁ ଭଗବାନ ଭେଙ୍କଟେଶ୍ବରଙ୍କ ଭକ୍ତ ବୋଲି ଦର୍ଶାଇ ତିରୁପତି ମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରିଛନ୍ତି ଯେ, ଏହି ଏକ କୋଟି ଟଙ୍କାରେ ଅନ୍ନ ପ୍ରସାଦ ଟ୍ରଷ୍ଟ ଜରିଆରେ ଶ୍ରଦ୍ଧାଳୁଙ୍କୁ ନିଃଶୁଳ୍କ ଭୋଜନ ବ୍ୟବସ୍ଥା କରାଯାଉ ।
ଭକ୍ତ ଶ୍ରୀନିବାସ କୃଷ୍ଣ ନିଜର ପରିବାର ସହିତ ଅନ୍ନ ପ୍ରସାଦମ ଭବନ (ନିଃଶୁଳ୍କ ଭୋଜନ ଭବନ)କୁ ଅର୍ଥ ଦାନ କରି ଭଗବାନ ଭେଙ୍କଟେଶ୍ୱରଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ଅନ୍ନ ପ୍ରସାଦ ଟ୍ରଷ୍ଟର ଅଧିକାରୀ ବେଣୁଗୋପାଳ ଉପସ୍ଥିତ ଥିଲେ ।

Image result for tirumala
photo-india today

ସୂଚନାଯୋଗ୍ୟ ଅନ୍ନ ପ୍ରସାଦମ ଭବନରେ ପ୍ରତିଦିନ ହାରାହାରି ୫୦ ହଜାର ଲୋକ ଅନ୍ନ ପ୍ରସାଦ ଗ୍ରହଣ କରିଥାନ୍ତି । ବେଳେ ବେଳେ ଏଠାରେ ଗୋଟିଏ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ଗ୍ରହଣ ବି କରିଥାନ୍ତି।ଏଭଳି ଘଟଣା ବିରଳ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର