ଆଜି ଘୋଷଣା ହେବ ଟିମ ଇଣ୍ଡିଆର ମୁଖ୍ୟ କୋଚଙ୍କ ନାମ, ରବି ଶାସ୍ତ୍ରୀ ଆଗରେ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭ଟାରେ ଟିମ ଇଣ୍ଡିଆର ମୁଖ୍ୟ କୋଚଙ୍କ ନାମ ଘୋଷଣା କରାଯିବ | ମୁମ୍ବାଇରେ କପିଳ ଦେବଙ୍କ ନେତୃତ୍ୱରେ କ୍ରିକେଟ ଉପଦେଷ୍ଟା କାଉନ୍ସିଲ ଏବେ ୬ ଜଣ ସର୍ଟଲିଷ୍ଟ ହୋଇଥିବା କ୍ରିକେଟରଙ୍କର ସାକ୍ଷାତ୍କାର ନେଉଛନ୍ତି | ତେବେ କୋଚ ପଦବୀ ପାଇଁ ୨ ହଜାର ଜଣ ଆବେଦନ କରିଥିଲେ | ଏଥିରେ ୬ ଜଣଙ୍କ ନାମକୁ ସର୍ଟଲିଷ୍ଟ କରାଯାଇଥିଲା | ତେବେ ରବି ଶାସ୍ତ୍ରୀଙ୍କ ନାମ ଆଗରେ ଥିବାର କୁହାଯାଉଛି | କାରଣ ଅଧିନାୟକ ବିରାଟ କୋହଲି ଏବେ କୋଚ୍ ଥିବା ରବି ଶାସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଥିଲେ ।

ଏବେ ପୂରା ଦଳର ଖେଳାଳି ରବି ଶାସ୍ତ୍ରୀଙ୍କୁ ନେଇ ଖୁସି ଅଛନ୍ତି ବୋଲି କୋହଲି କହିଥିଲେ । ତେଣୁ ରବି ଶାସ୍ତ୍ରୀଙ୍କ ଉପରେ ପୁଣିଥରେ ଭରସା କରିପାରେ ବିସିସିଆଇ ବୋଲି କୁହାଯାଉଛି | ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ପଦବୀ ପାଇଁ ୬ ଜଣଙ୍କ ନାମ ବିସିସିଆଇ ନାଁ ସର୍ଟଲିଷ୍ଟ କରିଛି । ଆଉ ଏହି ତାଲିକାରେ ଏବେ ଭାରତୀୟ କ୍ରିକେଟ ଟିମର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ ନାଁ ମଧ୍ୟ ରହିଛି ।

ଶାସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟଙ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି । ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ମୁଖ୍ୟ କୋଚ ରେସରେ ରହିଥିବା ବେଳେ ବିଦେଶୀ ଭାବେ ମାଇକ ହାସନ, ଟମ ମୁଡି ଓ ଫିଲ ସିମୋନ୍ସଙ୍କୁ ମଧ୍ୟ ମୁଖ୍ୟ କୋଚ୍ ପାଇଁ ଦାବିଦାର ରହିଛନ୍ତି ।

ସମ୍ବନ୍ଧିତ ଖବର