କ୍ୟାବିନେଟ୍‌ କମିଟି ପୁନର୍ଗଠିତ, ଅର୍ଥନୈତିକ ବ୍ୟାପାର କମିଟିରେ ଧର୍ମେନ୍ଦ୍ର

ନିବେଶ ଓ ଅଭିବୃଦ୍ଧି କମିଟିରେ ଅଶ୍ବିନୀ, ରାଜନୈତିକ ବ୍ୟାପାର କମିଟିରେ ସ୍ମୃତି, ଭୁପିନ୍ଦର, ସିନ୍ଧିଆ, ସୋନୱାଲ୍‌

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ଧରଣରର ଅଦଳବଦଳ ପରେ ଏବେ କ୍ୟାବିନେଟ୍ କିମିଟିଗୁଡ଼ିକର ପୁନର୍ଗଠନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ କମିଟିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ଧର୍ମେନ୍ଦ୍ର ପ୍ରଧାନ, ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ଥାନ ପାଇଛନ୍ତି।

ଅର୍ଥନୈତିକ ବ୍ୟାପାର ସଂପର୍କିତ ୯ ଜଣିଆ କ୍ୟାବିନେଟ୍‌ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନିବେଶ ଓ ଅଭିବୃଦ୍ଧି କମିଟିରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ଥାନ ପାଇଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଭୁପିନ୍ଦର ଯାଦବ, ସର୍ବାନନ୍ଦ ସୋନୱାଲ୍‌ ମୋଦୀଙ୍କ ନେତୃତ୍ବାଧୀନ ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟିରେ ସାମିଲ ହୋଇଛନ୍ତି। ନିବେଶ ଓ ଅଭିବୃଦ୍ଧି କମିଟିରେ ନାରାୟଣ ରାଣେ ସ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ବୀରେନ କୁମାର, କୀରେନ ରିଜିଜୁ, ଅନୁରାଗ ଠାକୁର ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟିରେ ସ୍ଥାନ ପାଇଛନ୍ତି। ତେବେ ସୁରକ୍ଷା ଏବଂ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ କୌଣସି ପରିବର୍ତ୍ତନ ‌ହୋଇନାହିଁ। ଅନ୍ୟପକ୍ଷରେ, ଦକ୍ଷତା ବିକାଶ ଏବଂ ରୋଜଗାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ପୁର୍ନଗଠନ ହୋଇଛି ଏବଂ ଏହି କମିଟିରେ ଭୁପିନ୍ଦର ଯାଦବ, ଅଶ୍ବିନୀ ବୈଷ୍ଣବ, ଆର୍‌ସିପି ସିଂହ ଏବଂ ଜି କିଶାନ୍‌ ରେଡ୍ଡି ସ୍ଥାନ ପାଇଛନ୍ତି।

ସୁରକ୍ଷା ଏବଂ ନିଯୁକ୍ତି କମିଟିରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨ ଜଣିଆ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍‌ର ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅଛନ୍ତି। ତେବେ ପୁର୍ନଗଠିତ ହୋଇଥିବା ରାଜନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିରେ ମୋଟ୍‌ ୧୩ ଜଣ ସଦସ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ‌ତୋମର, ଏସ୍‌ ଜୟଶଙ୍କର, ପୀ‌ୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଏହ‌ି କମିଟିରେ ଅଛନ୍ତି। ଅର୍ଥନୀତି ବ୍ୟାପାର କ୍ୟାବିନେଟ୍‌ କମିଟିରେ ୯ ଜଣ ସଦସ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ତୋମର, ଏସ୍‌ ଜୟଶଙ୍କର, ପୀୟୂଷ ଗୋୟଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହି କମିଟିରେ ଅଛନ୍ତି। ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟିରେ ରାଜନାଥ ସିଂହ, ଅମିତ ଶାହ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂହ ତୋମର, ଅର୍ଜୁନ ମୁଣ୍ଡା, ପ୍ରହ୍ଲାଦ ଯୋଶୀ, ବୀରେନ୍ଦ୍ର କୁମାର, କୀରେନ ରିଜିଜୁ ଏବଂ ଅନୁରାଗ ଠାକୁର ଅଛନ୍ତି।

ସମ୍ବନ୍ଧିତ ଖବର