ଇସିଆଇଙ୍କ ମ୍ୟୁଜିକ୍‌ ଭିଡିଓରେ ଗାଇଲେ ଦୀପ୍ତିରେଖା

ନୂଆଦିଲ୍ଲୀ : ମତାଧିକାର ସାବ୍ୟସ୍ତ ତଥା ଭୋଟଦାନ ପ୍ରତି ସଚେତନତା ସୃଷ୍ଟି ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ଓଡ଼ିଆ ସମେତ ୧୨ଟି ଭାଷାରେ ମ୍ୟୁଜିକ ଭିଡିଓ ‘ମେଁ ଭାରତ ହୁଁ’ ଜାତୀୟ ଭୋଟର ଦିବସରେ ଉନ୍ମୋଚିତ ହୋଇଛି। ଏଥିରେ ଦେଶର ଜଣାଶୁଣା ଗାୟକଙ୍କ ସ୍ବର ଥିବା ବେଳେ ଓଡ଼ିଆ ଭାଷାରେ ଏହାର କଣ୍ଠଦାନ କରିଛନ୍ତି ଗାୟିକା ଦୀପ୍ତିରେଖା ପାଢ଼ୀ।

ବଙ୍ଗଳା, ମରାଠୀ, ଗୁଜରାଟୀ, କନ୍ନଡ, ମାଲାୟଲାମ, ଅହମୀୟା, ପଂଜାବୀ, ତାମିଲ, ତେଲୁଗୁ, ସାନ୍ତାଳୀ ଓ କାଶ୍ମୀର ଭାଷ‌ାରେ ଏହି ମ୍ୟୁଜିକ୍‌ ଭିଡିଓ ପ୍ରକାଶ ପାଇଥିବା ବେଳେ ସୋନୁ ନିଗମ, ହରିହରନ, ମିକା ସିଂହ, ଅଳକା ୟାଗନିକ, ପାପୋନ ଓ କେ.ଏସ୍‌ ଚିତ୍ରାଙ୍କ ଭଳି ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଏଥିରେ ଗାଇଛନ୍ତି। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ଏହାର ଲେଖକ ଓ ପ୍ରଯୋଜକ ଅଛନ୍ତି। ଏହା ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର