ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦେଶର ସାମରିକ ଶକ୍ତି ପ୍ରଦର୍ଶନ କଲା ସେନା

ନୂଆଦିଲ୍ଲୀ: ଶନିବାର ଦିନ ଭାରତ ୭୦ତମ ଜନରାଜ୍ୟ ଦିବସ ପାଳନ କରିବା ଅବସରରେ ରାଜପଥରେ ଭାରତର ସାମରିକ ସାମର୍ଥ୍ୟ, ସାହସିକ ସଶସ୍ତ୍ରବାହିନୀ ଏବଂ ସାଂସ୍କୃତିକ ବିବିଧତା ଆଦି ପ୍ରଦର୍ଶିତ ହୋଇଛି। ଏହି ଜାତୀୟ ଉତ୍ସବରେ ଉପସ୍ଥିତ ଥିଲେ ସମ୍ମାନିତ ମୁଖ୍ୟ ଅତିଥି ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ସିରିଲ ରାମଫୋସା, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀବୃନ୍ଦ ଏବଂ ବିରୋଧୀ ଦଳମାନଙ୍କର ନେତୃବୃନ୍ଦ।

ରାଷ୍ଟ୍ରପତି ଲାନ୍‌ସ୍‌ ନାୟକ ନାଜିର୍‌ ଅହମ୍ମଦଙ୍କ ନାମରେ ଘୋଷିତ ମରଣତ୍ତୋର ଅଶୋକଚକ୍ର ତାଙ୍କ ପତ୍ନୀ ଓ ମାଆଙ୍କୁ ପ୍ରଦାନ କରିବା ପରେ ଆନୁଷ୍ଠାନିକ ଭାବେ ପରେଡ୍‌ ଆରମ୍ଭ ହୋଇଥିଲା।

ପରେଡ୍‌ କମାଣ୍ଡର୍‌ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ପରେ ଭାରତର ମୁଖ୍ୟ ଯୁଦ୍ଧ କମାଣ କେ-୯ ବଜ୍ର ଓ ଏମ୍‌୭୭୭ ହାଓ୍ଵିଜର୍ସ ଉତ୍ସବସ୍ଥଳୀ ରାସ୍ତାରେ ଗତି କରିଥିଲେ। ପରେ ମାଡ୍ରାସ୍‌ ରେଜିମେଣ୍ଟ୍‌, ରାଜପୁତ ରାଇଫଲସ୍‌, ଶିଖ୍‌ ରେଜିମେଣ୍ଟ୍‌, ଗୋର୍ଖା ବ୍ରିଗେଡ୍‌, ଆର୍ମି ସର୍ଭିସ୍‌ କର୍ପସ୍‌ ଏବଂ ୧୦୨ ଇନ୍‌ଫାଣ୍ଟ୍ରି ବାଟାଲିୟନ୍‌ ପଞ୍ଜାବର ଯବାନ ପରେଡ କରିଥିଲେ।

ମେଜର୍‌ ଖୁସ୍‌ବୁ କନଓ୍ଵର୍‌ଙ୍କ ନେତୃତ୍ୱରେ ପ୍ରଥମ ଥର ଲାଗି ଆସାମ ରାଇଫଲ୍‌ସ୍‌ ସମସ୍ତ ମହିଳା ଥିବା କଣ୍ଟିଜେଣ୍ଟ୍‌ ଏବଂ ଇଣ୍ଡିଆନ୍‌ ନେସ୍‌ନାଲ୍‌ ଆର୍ମିର ବର୍ଷିୟାନ୍‌ମାନେ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ।

ଏହା ପରେ  ପ୍ରଜ୍ଞାପନ ମେଢ଼ ଏବଂ ଭାରତୀୟ ନୌସେନା କଣ୍ଟିଜେଣ୍ଟ୍‌ର ବିମାନ, ରାଡାର୍‌ ଓ କ୍ଷେପଣାସ୍ତ୍ରର କ୍ଷୁଦ୍ର ମଡେଲ୍‌ର ପ୍ରଦର୍ଶନ ହୋଇଥିଲା।
ଗାନ୍ଧୀଜୀଙ୍କ ଜୀବନ ଯାତ୍ରାକୁ ଆଧାର କରି ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ, ଛଅଟି ମନ୍ତ୍ରାଳୟ, ବିଭାଗ ଓ ଅନ୍ୟାନ୍ୟ ପ୍ରତିଷ୍ଠାନରୁ ସମୁଦାୟ ୨୨ଟି ପ୍ରଜ୍ଞାପନ ମେଢ଼ ଏଥର ପ୍ରଦର୍ଶିତ ହୋଇଥିଲା।

ଏହା ପରେ ଅନୁଷ୍ଠିତ ହୋଇଥିଲା ପିଲାମାନଙ୍କର ନୃତ୍ୟ ପ୍ରଦର୍ଶନ। ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରାପ୍ତ ୨୦ ଜଣ ବାଳକ ଓ ୬ ଜଣ ବାଳିକା ମଧ୍ୟ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ।

କ୍ୟାପଟେନ୍ ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ପରେଡ୍‌ରେ କର୍ପସ୍‌ ଅଫ୍‌ ସିଗ୍‌ନାଲ୍‌ସ୍‌ ମୋଟର୍‌ ସାଇକ୍ଲ୍‌ ଟିମ୍‌ ଡେୟାର୍‌ ଡେଭିଲ୍‌ ପ୍ରଦର୍ଶନରେ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ।

ଶେଷକୁ ଆସିଲା ଫ୍ଲାଇ ପାଷ୍ଟ୍‍। ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍ସ ଉଇପନ୍‌ ସିଷ୍ଟମ୍‌ ଇଣ୍ଟେଗ୍ରେଟେଡ୍‌ (ଡବ୍ଲୁଏସ୍‌ଆଇ) ନେତୃତ୍ୱରେ ତିନୋଟି ଏଏଲ୍‌ଏଚ୍‌ଏମ୍‌କେ ‘ରୁଦ୍ର’ ଆକୃତି ଓ ଚାରିଟି ଡବ୍ଲୁଏସ୍‌ଆଇ ହେଲିକପ୍ଟର୍‌ ‘ଭିକ୍‌’ ଆକୃତି କରିଥିଲେ। ଏହା ପରେ ଅନ୍ୟ ଲଢୁଆ ବିମାନ ଦ୍ୱାରା ‘ହର୍‌କ୍ୟୁଲିଜ୍‌’, ‘ନେତ୍ର’, ‘ସତ୍‌ଲେଜ୍‌’, ‘ଗ୍ଲୋବ୍‌’ ଓ ‘ଆରୋହେଡ୍‌’ ଆଦି ଆକୃତି କରିଥିଲେ।

ସମ୍ବନ୍ଧିତ ଖବର