କାନ୍ଧ ଦେବାକୁ କେହି ଆସିଲେନି, ଆବର୍ଜନା ଗାଡ଼ିରେ ଭଉଣୀକୁ ନେଇ ଅନ୍ତିମ ସଂସ୍କାର କଲେ ଡାକ୍ତର ଭାଇ

ଶାମଳୀ: ଭଉଣୀର ମୃତ୍ୟୁ ପରେ ମସାଣି ଯାଏଁ ଭଉଣୀକୁ ନେବାକୁ ଭାଇ ଅନେକ ଅନୁରୋଧ କଲେ ବି କେହି ଶୁଣିଲେନି | ଆଉ ଅନ୍ୟ ବାଟ ନ ପାଇ ଶେଷରେ ଭଉଣୀର ମୃତଦେହକୁ ନିଜେ ନେଇ ଅନ୍ତିମ ସଂସ୍କାର କରିଛନ୍ତି ଜଣେ ଡାକ୍ତର | ଉତ୍ତରପ୍ରଦେଶର ଜାଲାଲାବାଦରେ କିଛି ଏଭଳି ଘଟଣା ଘଟିଛି | ସୂଚନା ମୁତାବକ ପେସାରେ ଡାକ୍ତର ଥିବା ପ୍ରଭାତ ବଙ୍ଗାଳୀଙ୍କ ପରିବାର ସହ ସହରର ମହମ୍ମଦିଗଞ୍ଜରେ ରୁହନ୍ତି। ଡାକ୍ତରଙ୍କ ଭଉଣୀ ବାଲାମତି ଅନେକ ଦିନ ଧରି ଜ୍ୱରରେ ପୀଡିତ ଥିଲେ। ରବିବାର ସକାଳେ ବାଲାମତିଙ୍କର ମୃତ୍ୟୁ ହୋଇଥିଲା।

ଡାକ୍ତର ପଡୋଶୀଙ୍କୁ ଭଉଣୀର ଶବଦାହ ପାଇଁ ସାହାଯ୍ୟ ମାଗିଥିଲେ, କିନ୍ତୁ କରୋନା ସଂକ୍ରମଣ ଭୟରେ କେହି ତାଙ୍କୁ କାନ୍ଧ ଦେବାକୁ ଆଗେଇ ନଥିଲେ। ଆଉ ଶେଷରେ ଡାକ୍ତର ଜଣକ ଶେଷରେ ସ୍ଥାନୀୟ ମ୍ୟୁନିସିପାଲଟିର ଅଧ୍ୟକ୍ଷଙ୍କୁ ସାହାଯ୍ୟ ମାଗିଥିଲେ | କିନ୍ତୁ ସେ ମଧ୍ୟ କୌଣସି ଗାଡି ନଥିବା କଥା କହିଥିଲେ |

ଶେଷରେ ଡାକ୍ତର ଜଣକ ଆବର୍ଜନା ବୁହା ହେଉଥିବା ଗାଡ଼ିରେ ଭଉଣୀଙ୍କର ମୃତଦେହକୁ ନେଇ ମଶାଣୀକୁ ଯାଇଥିଲେ | ସେଠାରେ ନିଜ ଭଉଣୀଙ୍କର ଅନ୍ତିମ ସଂସ୍କାର କରାଇଥିଲେ | ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ଜାଲାଲାବାଦରେ ମହିଳାଙ୍କ ମୃତ୍ୟୁ ବାବଦରେ ସେ ଜାଣନ୍ତି ନାହିଁ। ମହିଳାଙ୍କ ମୃତ୍ୟୁର କାରଣ କଣ, ତାହା ଅନୁସନ୍ଧାନ ପରେ ହିଁ ଜଣା ପଡିବ।

ସମ୍ବନ୍ଧିତ ଖବର