ଅସ୍ତ୍ରୋପଚାର ସମୟରେ ଭୁଲରେ କିଡ୍‌ନିକୁ ଟ୍ୟୁମର ବୋଲି ଭାବି କାଢ଼ିଦେଲେ ଡ଼ାକ୍ତର, ତା’ପରେ…

ଫ୍ଲୋରିଡ଼ା : ଆମେରିକାର ଫ୍ଲୋରିଡ଼ାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଡ଼ାକ୍ତର ଜଣେ ମହିଳାଙ୍କ କିଡ୍‍ନିକୁ ଟ୍ୟୁମର ବୋଲି ଭାବି କାଢ଼ିଦେବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ମହିଳାଜଣଙ୍କ ଅଭିଯୋଗ କରିବା ପରେ ଏବେ ତାଙ୍କୁ ଡ଼ାକ୍ତରଖାନା ତରଫରୁ ୩.୬୨କୋଟି ଜରିମାନା ରାଶି ମିଳିଥିବା ଜଣା ପଡ଼ିଛି ।

New York Post

ସୂଚନା ମୁତାବକ, ୨୦୧୬ରେ ପୀଡ଼ିତା ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ଘରକୁ ଯିବା ପରେ ପୀଡ଼ିତାଙ୍କ ପିଠି ଏବଂ ପେଟରେ ଦରଜ ହେବାରୁ ଏହାର କାରଣ ଜାଣିବା ପାଇଁ ସେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଯାହା ପରେ ତାଙ୍କର ଟ୍ୟୁମର ସମସ୍ୟା ଥିବା ଜଣା ପଡ଼ିଥିଲା । ଏଥିରୁ ମୁକ୍ତି ପାଇବା ପାଇଁ ଅସ୍ତ୍ରୋପଚାର କରିବାର ନିଷ୍ପତ୍ତିି ନେଇଥିଲେ ପୀଡ଼ିତା । ଯାହା ପରେ ଡ଼ାକ୍ତର ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତାଙ୍କ ରିପୋର୍ଟ ଠିକ୍‌ ଭାବରେ ନ ପଢ଼ିଥିବାରୁ ଡ଼ାକ୍ତର ଟ୍ୟୁମର ପରିବର୍ତ୍ତେ ସୁସ୍ଥ ଥିବା କିଡ଼୍‍ନୀକୁ କାଢ଼ି ଦେଇଥିଲେ । ପରେ ଡ଼ାକ୍ତରଙ୍କ ଭୁଲ ଜଣା ପଡ଼ିବା ପରେ ପୀଡ଼ିତା ଡ଼ାକ୍ତରଖାନା ଉପରେ ଅଭିଯୋଗ ଆଣିଥିଲେ । ଡ଼ାକ୍ତରଖାନା ତରଫରୁ ତାଙ୍କୁ ୩.୬୨କୋଟି ଜରିମାନା ରାଶି ମିଳି ସାରିଥିଲେ ମଧ୍ୟ ଜୀବନ ଥିବା ପର୍ଯ୍ୟନ୍ତ ସେ ଗୋଟିଏ କିଡ଼୍‍ନୀ ସହ ବଞ୍ଚିବେ ବୋଲି ଦୁଃଖପ୍ରକାଶ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର